ଗୋଟିଏ ପଟେ ଲକ୍‌ ଡାଉନକୁ ଅନ୍ୟପଟେ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ଚିନ୍ତାରେ ବିଭିନ୍ନ ଜିଲ୍ଲାର ବୋଟ୍‌ ଚାଳକ ଓ ମତ୍ସ୍ୟଜୀବୀ

ବାଲେଶ୍ବର : ଆସନ୍ତା ୩ ମାସ ଯାଏଁ ମିଳିପାରିବନି ସମୁଦ୍ର ମାଛ । ଗୋଟିଏ ପଟେ ରାଜ୍ୟ ସରକାର ପୁଣିଥରେ ଲକ୍‌ ଡାଉନ ଅବଧି ବଢାଇଥିବା ବେଳେ ଅନ୍ୟପଟେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମସ୍ତ ମୋଟରଚାଳିତ ବୋଟ୍‌ କୁ ସମୁଦ୍ରରେ ଯିବାକୁ ବାରଣ କରାଯାଇଛି। ଯାହା ଫଳରେ ଏଥିରେ କାମ କରୁଥିବା ବୋଟ୍‌ ଚାଳକ ମାନେ ରୋଜଗାର ହରେଇଛନ୍ତି । ନିଜ ପେଟପାଟଣା ପାଇଁ ସେମାନେ ସଂଘର୍ଷ ଜାରି ରଖିଛନ୍ତି ।

ଚିନ୍ତାରେ ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀ ପରିବାର

dangaଅନ୍ଯପଟେ ଏହି ସମୟରେ ଚିନ୍ତାରେ ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀ ପରିବାର। ମାଛ ମାରିବା ପାଇଁ ସମୁଦ୍ର କିମ୍ବା ନଦୀକୁ ଯାଇ ପାରୁ ନଥିବା ବେଳେ କେମିତି ପରିବାର ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ଦିନ କାଟୁଛନ୍ତି। ବିଶେଷକରି ପାରମ୍ପରିକ ମତ୍ସ୍ୟଜୀବୀମାନେ ବହୁ ଅୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.