ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ, ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । କହିରଖିବା ଉଚିତ ହେବକି ଗତ ୨ଦିନ ଧରି ଏକକ ସଂଖ୍ୟାରେ ରହିଛି ମୃତ୍ୟୁସଂଖ୍ୟା। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟାରେ ୮୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ହାର ରହିଛି ୧.୧୯ ପ୍ରତିଶତ ।

 

ଖୋର୍ଦ୍ଧାରୁ ସର୍ବାଧିକ ୩୪୧ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୭ ନୂଆ କେସ୍‌ ରହିଛି। ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୮୪୯ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୨୦ ଜଣ । ୨୪ ଘଣ୍ଟାରେ ୭୧ ହଜାର ୨୪୭ କୋଭିଡ୍‌ ଟେଷ୍ଟିଂ ହୋଇଛି। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୭ ହଜାର ୩୪୫।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.