Below header

ଆସନ୍ତା ୧୫ ଦିନ ମଧ୍ୟରେ ଭୁବନେଶ୍ୱରର ଅନ୍ଧାରୁଆ ଠାରେ କୋଭାକ୍ସିନ୍‌ ଟିକା ତିଆରି ହେବ, ୩୦୦ କୋଟି ଟଙ୍କା ବ୍ୟୟରେ ହେବ ପ୍ରସ୍ତୁତ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ପ୍ରସ୍ତୁତ ହେବ କରୋନା ଟିକା। ଆସନ୍ତା ୧୫ ଦିନ ମଧ୍ୟରେ ଭୁବନେଶ୍ୱରର ଅନ୍ଧାରୁଆ ଠାରେ କୋଭାକ୍ସିନ୍‌ ଟିକା ପ୍ରସ୍ତୁତ ହେବ। ଅଗ୍ରଣୀ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ୩୦୦ କୋଟି ଟଙ୍କା ବ୍ୟୟରେ ଏହା ପ୍ରସ୍ତୁତ କରିବ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ଏହାସହ ଏଥିରେ ଷ୍ଟାଟଅପ୍‌କୁ ପ୍ରୋତ୍ସାହନ ଦେବା ସହ ଇନକ୍ୟୁବେଟର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ ଟିକା ବ୍ୟତୀତ ଡାଇରିଆ, ମ୍ୟାଲେରିଆ, ଜାପାନିଜ ଇନସେଫାଲାଇଟିିସ୍‌ ଭଳି ଟିକା ମଧ୍ୟ ପ୍ରସ୍ତୁତ ହେବ ବୋଲି ଭାରତ ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଇଲ୍ଲା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.