ସପ୍ତାହେ ଯାଏ ଓଡ଼ିଶା ଇନଫ୍ରାଟେକ୍‌ ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ୱସ୍ତି, ନଭେମ୍ବର ୧୨ ଯାଏ ଗିରଫ ହେବେନି

କେନ୍ୟୁଜ୍(ବ୍ୟୁରୋ):  ସପ୍ତାହେ ଯାଏ ଓଡ଼ିଶା ଇନଫ୍ରାଟେକ୍‌ ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ୱସ୍ତି । ନଭେମ୍ବର ୧୨ ଯାଏ ସେମାନେ ଗିରଫ ହେବେନି । ସାରୁଅ ଜମିଦୁର୍ନୀତି ମାମଲାରେ ହାଇକୋର୍ଟ ଦେଇଛନ୍ତି ଅନ୍ତରୀଣ ନିର୍ଦ୍ଦେଶ ।  ଗିରଫ ଆଶଙ୍କାରେ ସେମାନେ ହାଇକୋର୍ଟ ଯାଇଥିଲେ  ।

ସେପଟେ ଓଡ଼ିଶା ଇନଫ୍ରାଟେକ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡ଼ଙ୍ଗୀ । ସେ ଓଟିଭି ସିଏଫଓ ପଦରୁ ବି ଇସ୍ତଫା ଦେଇଛନ୍ତି । ସାରୁଅ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏବେ ସେ ଝାରପଡ଼ା ଜେଲରେ ଅଛନ୍ତି । ତାଙ୍କର ଗିରଫ ପରେ ମହା ଖୁଲାସା କରିଛନ୍ତି ମନୋରଞ୍ଜନ ଷଡଙ୍ଗୀଙ୍କ ଶାଳକ ହରି ମିଶ୍ର । ସେ କହିଛନ୍ତି, ସରଳତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମହୁ ଖାଇଲା କିଏ, ମାଛି କାମୁଡିଲା କାହାକୁ ବୋଲି କହି ଆକ୍ଷେପ କରିଛନ୍ତି । ସେ ଗ୍ରାଉଣ୍ଡ ଲେବଲରୁ ଉଠିଛନ୍ତି । ଏକ ନିର୍ଦ୍ଧିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ମନୋରଞ୍ଜନ ଷଡଙ୍ଗୀଙ୍କୁ ମୋହରା କରିଛନ୍ତି । ମନୋରଞ୍ଜନ ୨୦୦୮ରେ ଓମଫେଡ ଛାଡି ଓରଟେଲ୍‌ରେ ଯୋଗ ଦେଇଥିଲେ । ୨୦୦୮ ରୁ ୨୦୧୧ ଯାଏ ଓରଟେଲରେ ଥିଲେ ମନୋରଞ୍ଜନ ଷଡ଼ଙ୍ଗୀ । ସରଳତାର ସୁଯୋଗ ନେଇ ଓଟିଭିର ପ୍ରତିଷ୍ଠାତା ମନୋରଞ୍ଜନଙ୍କୁ ସରକାରୀ ଚାକିରି ଛଡାଇ ନେଇ ଓଟିଭିରେ ବହୁ ଗୁରୁ ଦାୟିତ୍ୱ ଦେଇଥିଲେ । ଜଗି ପଣ୍ଡା ନିଜେ ବଞ୍ଚିବା ପାଇଁ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ମନୋରଞ୍ଜନଙ୍କୁ ଓରଟେଲରେ ନିଯୁକ୍ତି କରାଇଥିଲେ ଜଗି ପଣ୍ଡା ଓ ବିଭୁ ରଥ । ଯେଉଁମାନେ ପ୍ରକୃତରେ ଦୋଷୀ ତାଙ୍କୁ ପୋଲିସ ପଚାର ଉଚରା କଲେ ସବୁ ସତ ବାହାରକୁ ଆସିବ ବୋଲି କହିଛନ୍ତି ହରି ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.