ବାଲେଶ୍ୱର : ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶୋଷଣ ଅଭିଯୋଗ

ବାଲେଶ୍ୱର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶୋଷଣ ଅଭିଯୋଗ । ଏନେଇ ବିଭିନ୍ନ ଗଣ ସଂଗଠନ ସିଡିଏମଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ୧୦ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ଘଟଣାକୁ ନେଇ ପ୍ରସୂତିଙ୍କ ସଂପର୍କୀୟ ଓ ନର୍ସ ହାତାହାତି ହୋଇଥିଲେ । ଏହି ଘଟଣାରେ ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ଓ ପ୍ରସୂତିଙ୍କ ସଂପର୍କୀୟଙ୍କୁ ଗିରଫକୁ ଗଣସଂଗଠନ ଗୁଡ଼ିକ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି । ଲାଞ୍ଚ ଘଟଣାରେ ସଂପୃକ୍ତ ନର୍ସଙ୍କୁ ତୁରନ୍ତ ଗିରଫ ଓ ଘଟଣାକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସିଡିଏମଓଙ୍କ ଅଫିସରେ ତାଲା ଝୁଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.