Below header

ଆଖଣ୍ଡଳମଣିଙ୍କ ମହିମା : ଗତକାଲି ମନ୍ଦିର ବେଢ଼ାରେ ହଜିଯାଇଥିଲା ସୁନା ଚେନ୍‌, ଆଜି ହଠାତ୍‌ ଖୋଜି ପାଇଲେ ଦମ୍ପତି

ଆପଣ ବି କହିବେ ହଁ ଆରଡିର ବାବା ଆଖଣ୍ଡଳମଣି ସତରେ ବିରାଜମାନ ଅଛନ୍ତି । ଆଉ ଅସମ୍ଭବକୁ ସମ୍ଭବ କରିଦିଅନ୍ତି, କଟା ମୁଣ୍ଡକୁ ଯୋଡି ଦିଅନ୍ତି । ଏକଥା ଆମେ କହୁନୁ ଆଜ୍ଞା ଏ ଭକ୍ତ ଜଣେ କହୁଛନ୍ତି ।

ଚାନ୍ଦବାଲି (କେନ୍ୟୁଜ) : ସତରେ ଭଗବାନ ଅଛନ୍ତି । ଆଉ ଏହାକୁ ଆପଣ ବିଶ୍ୱାସ ବି କରିବେ । କାହିଁକିନା ଆମେ ଏବେ ଯେଉଁ କଥା ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ବି କହିବେ ହଁ ଆରଡିର ବାବା ଆଖଣ୍ଡଳମଣି ସତରେ ବିରାଜମାନ ଅଛନ୍ତି । ଆଉ ଅସମ୍ଭବକୁ ସମ୍ଭବ କରିଦିଅନ୍ତି, କଟା ମୁଣ୍ଡକୁ ଯୋଡି ଦିଅନ୍ତି । ଏକଥା ଆମେ କହୁନୁ ଆଜ୍ଞା ଏ ଭକ୍ତ ଜଣେ କହୁଛନ୍ତି ।

ଭଦ୍ରକ ଜିଲ୍ଲାର ଐତିହାସିକ ଓ ସର୍ବପୁରାତନ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭକ୍ତ ବୁଲିବାକୁ ଆସିଥାନ୍ତି। ଗତ କାଲି ଆରଡିର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଆସିଥିଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ପିତାମ୍ବର ଷଡଙ୍ଗୀ ଓ ତାଙ୍କ ସ୍ତ୍ରୀ ଦମୟନ୍ତୀ । ମନ୍ଦିର ପରିସରରେ ବୁଲିବା ପରେ ବାବାଙ୍କୁ ଦର୍ଶନ କରିବା ପରେ ଦମୟନ୍ତୀ ଦେଖିବାକୁ ପାଇଥିଲେ ଯେ ସେ ବେକରେ ପିନ୍ଧିଥିବା ତାଙ୍କ ସୁନା ଚେନ୍‌ ନାହିଁ । ଏହା ଦେଖି ସେ ଏକଦମ୍‌ ବ୍ୟସ୍ତ ହୋଇଗଲେ ଆଉ କାନ୍ଦ କାନ୍ଦ ନୟନରେ ବାବାଙ୍କୁ ଡାକିଲେ । ବାବା ଆପଣଙ୍କ ପାଖକୁ ଆସିଥିଲି ଦର୍ଶନ ପାଇଁ । ଏମିତି ଏକ ଅସୁବିଧାକୁ କେମିତି ଦେଖାଉଛ ପ୍ରଭୁ । ଏସବୁ ମନରେ ରଖି ଦମୟନ୍ତି ଓ ତାଙ୍କ ସ୍ୱାମୀ ମନ୍ଦିର ପରିସରରେ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ମିଳିନଥିଲା।

ପରେ ମନ୍ଦିର ପ୍ରଶାସନକୁ ଜଣାଇବା ପରେ ସିସି ଟିଭି ସହାୟତା ନେଇଥିଲେ। ବିଭିନ୍ନ ଗଣମାଧ୍ୟରେ ପ୍ରଘଟ ହୋଇଥିଲା। ତେବେ ଏହା ଜାଣି ଉକ୍ତ ଚେନକୁ ପାଇଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୁଡାମୁଣି ଅଞ୍ଚଳର ବୁଲିବାକୁ ଆସିଥିବା ଭାଇ ଭଉଣୀ । ସେହି ଚେନକୁ ଧରି ପହଁଚିଥିଲେ ଆରଡିରେ ।ଆଜି ଆରଡ଼ିରେ ପହଁଛି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଉପସ୍ଥିତରେ ଫେରସ୍ତ କରିଥିଲେ। ଯାହାକୁ ନେଇ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ କେନ୍ଦ୍ରାପଡ଼ାର ଏହି ସ୍ୱାମୀ ସ୍ତ୍ରୀ। କାହିଁକିନା ମନ୍ଦିର ପ୍ରଶାସନ ବହୁତ ଚେଷ୍ଟା କରିଥିଲେ ଚେନକୁ ଖୋଜି ଦେବାରେ ।

ତେବେ ସତରେ ଏ ଘଟଣା ଶୁଣିବା ପରେ ଦମୟନ୍ତୀଙ୍କ ଠାରୁ ଏସବୁ ସମ୍ପର୍କରେ ଜାଣିବା ପରେ ଲାଗୁଛି ଯେପରି ସତରେ ବାବା ଦେଖିପାରିଲେନି ଦମୟନ୍ତୀଙ୍କ ଦୁଃଖ । ଆଉ ବାବା ବା କେମିତି ନିଜ ଭକ୍ତ ଆଖିରେ ଲୁହ ଦେଖିପାରିବେ । ସେଥିପାଇଁ ଚମତ୍କାର ହଜିବାର ମାତ୍ର କେଇ ଘଣ୍ଟାରେ ଦମୟନ୍ତୀଙ୍କ ପାଖରେ ପହଁଚାଇଥିଲେ ତାଙ୍କ ଚେନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.