ଛତିଶଗଡ଼: ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ୧୫ ବିଏସ୍‌ଏଫ୍‌ ଯବାନ ଆହତ; ୪ ସଙ୍କଟାପନ୍ନ

ଛତିଶଗଡ଼ର ନାରାୟଣପୁରରେ ବିଏସ୍‌ଏଫ୍‌ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଏସ୍‌ଏଫ୍‌ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ। ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଛତିଶଗଡ଼ର ନାରାୟଣପୁରରେ ବିଏସ୍‌ଏଫ୍‌ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଏସ୍‌ଏଫ୍‌ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ। ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି।

ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ପଠାଯାଇଛି। ଏହି ଦୁର୍ଘଟଣା ଅନ୍ତାଗଡ଼-ନାରାୟଣପୁର ରାସ୍ତାର କୁହ୍ମାରୀ ଗାଁ ନିକଟରେ ଘଟିଛି। ନାରାୟଣପୁର ଏସ୍‌ପି ପୁଷ୍କର ଶର୍ମା ଆହତମାନଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି।

ଆଜି ମଧ୍ୟାହ୍ନ ୧୨ଟାରେ ଛତିଶଗଡ଼ର କୋଙ୍କର ଓ ନାରାୟଣପୁରର ସୀମାବର୍ତ୍ତୀ ଗାଁ କୁହ୍ମାରୀରେ ବିଏସ୍‌ଏଫ୍‌ ଯବାନଙ୍କ ଗାଡ଼ି ଓଲଟି ପଡ଼ିଥିଲା, ଯେଉଁଥିରେ ବିଏସ୍‌ଏଫ୍‌ ୧୬୨ତମ ବାହିନୀର ଯବାନମାନେ ଥିଲେ। ହଠାତ୍‌ ଗାଡ଼ିର ଷ୍ଟିୟରିଂ ଫେଲ୍‌ ହୋଇଯିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସୂଚନା ମୁତାବକ, ଯବାନମାନେ କୋଙ୍କର ଜିଲ୍ଲାର ଅନ୍ତାଗଡ଼ରେ ନକ୍ସଲ ଅଞ୍ଚଳରେ ମୁତୟନ ଥିଲେ। ସମସ୍ତେ ଛୁଟିରେ ଯାଉଥିଲେ। ଏହି ସମୟରେ ସେମାନଙ୍କ ବ୍ୟକ୍ତିଗତ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ଏସ୍‌ପି କହିଛନ୍ତି, ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ପଠାଯାଇଥିବା ବେଳେ ସେଠାରୁ ଉତ୍ତମ ଚିକିତ୍ସା ପାଇଁ ରାୟପୁର ସ୍ଥାନନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.