୧୫ କୋଟିର ଚୁନା ଲଗାଇଦେଲେ ଘନିଷ୍ଠ ବନ୍ଧୁ, ରାଞ୍ଚି କୋର୍ଟରେ ଅପରାଧିକ ମାମଲା ଦାୟର କଲେ ଏମ୍‌ଏସ୍‌ ଧୋନି

ମହାଠକେଇର ଶିକାର ହେଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଦୁଇ ପୂର୍ବତନ ବିଜନେସ୍‌ ପାର୍ଟନର ତାଙ୍କୁ ୧୫ କୋଟିର ଚୁନା ଲଗାଇ ଦେଇଥିବା ଧୋନି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ରାଞ୍ଚି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମହାଠକେଇର ଶିକାର ହେଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଦୁଇ ପୂର୍ବତନ ବିଜନେସ୍‌ ପାର୍ଟନର ତାଙ୍କୁ ୧୫ କୋଟିର ଚୁନା ଲଗାଇ ଦେଇଥିବା ଧୋନି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ରାଞ୍ଚି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅର୍କା ସ୍ପୋର୍ଟସ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ୍‌ର ମିହିର ଦିବାକର ଓ ସୌମ୍ୟା ୱିଶୱାଶଙ୍କ ବିରୋଧରେ ସେ ଅପରାଧିକ ମାମଲା ଦାୟର କରିଛନ୍ତି।

ମିହିର ଦିବାକର ହେଉଛନ୍ତି, ଧୋନିଙ୍କ ଘନିଷ୍ଠ ବନ୍ଧୁ। ସେ ତାଙ୍କ ବିଜନେସ୍‌ ପାର୍ଟନର ମଧ୍ୟ ଥିଲେ। ଧୋନିଙ୍କ ସହ ମିହିର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଅଭିଯୋଗ ମୁତାବକ, ମିହିର ଦିବାକର ସାରା ବିଶ୍ୱରେ କ୍ରିକେଟ୍‌ ଏକାଡେମୀ ଖୋଲିବା ପାଇଁ ୨୦୧୭ରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ହେଲେ ଏହି ଚୁକ୍ତିନାମାରେ ଉଲ୍ଲେଖିତ ସର୍ତ୍ତାବଳୀଗୁଡ଼ିକୁ ଦିବାକର ପାଳନ କରି ନ ଥିଲେ। ଚୁକ୍ତିନାମାର ସର୍ତ୍ତ ଅନୁସାରେ, ଅର୍କା ସ୍ପୋର୍ଟସ୍‌କୁ ପ୍ରାଞ୍ଚାଇଜିର ଶୁଳ୍କ ଭରିବା ଏବଂ ଲାଭ ସେୟାର କରିବା ପାଇଁ କୁହାଯାଇଥିଲା। କିନ୍ତୁ ସମସ୍ତ ନିୟମ ଏବଂ ସର୍ତ୍ତାବଳୀକୁ ପାଳନ କରାଯାଇ ନ ଥିଲା। ବାରମ୍ବାର ମନେ ପକାଇବା ସତ୍ତ୍ୱେ ଏଗୁଡ଼ିକୁ ଅଣଦେଖା କରାଯାଇଥିଲା, ଯେଉଁ କାରଣରୁ ଧୋନି ୨୦୨୧ ଅଗଷ୍ଟ ୧୫ରେ ସଂସ୍ଥାକୁ ଦିଆଯାଇଥିବା ଅଧିକାର ପତ୍ରକୁ ରଦ୍ଦ କରି ଦେଇଥିଲେ। ଏପରି କି, ଧୋନି ଅନେକ ଆଇନଗତ ନୋଟିସ୍‌ ମଧ୍ୟ ପଠାଇଥିଲେ, ହେଲେ କିଛି ବି ହୋଇ ନ ଥିଲା।

ଧୋନିଙ୍କ ଓକିଲ ଦୟାନନ୍ଦ ସିଂ ଦାବି କରିଛନ୍ତି ଯେ ଅର୍କା ସ୍ପୋର୍ଟସ୍‌ ତାଙ୍କ ସହିତ ଠକେଇ କରିଛି, ଯେଉଁ କାରଣରୁ ଧୋନିଙ୍କୁ ୧୫ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.