କାଳେ ବଞ୍ଚିଯିବ କି ଜୀବନ: ମୃତ ପୁଅର ଶବକୁ ଧରି ମନ୍ଦିର ବାହାରେ ଅଧିଆ ପଡିଲେ ଦମ୍ପତି

ଝାରସୁଗୁଡା(କେନ୍ୟୁଜ୍): ମୃତ ପୁଅକୁ ଜୀବିତ କରିବା ଆଶାରେ ପୁଅର ଶବ ନେଇ ମନ୍ଦିର ବାହାରେ ଅଧିଆ ପଡିଲେ ଦମ୍ପତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗାଁରେ। ଅର୍ଜ୍ଜୁନ ଦୁଆନ ଓ ସନ୍ତୁରାଙ୍କ ପୁଅ ରମାକାନ୍ତଙ୍କ ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଅର୍ଜ୍ଜୁନ ଓ ସନ୍ତୁରା। ପୁଅର ମୃତଦେହକୁ ଧରି ଉଭୟେ ଶିବ ମନ୍ଦିର ଆଗରେ ଅଧିଆ ପଡିଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନର ବୁଝାସୁଝା ପରେ ଶବସତ୍କାର କରିଛନ୍ତି ଦମ୍ପତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.