Below header

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଲେ ଅଦାଲତ

କେନ୍ୟୁଜ୍‌: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ପକସୋ କୋର୍ଟ। ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଲେ ଅଦାଲତ। ଜୋରିମାନା ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସୂଚନାଯୋଗ୍ୟ ନିଶ୍ଚିନ୍ତକୋଇଲି ଅଞ୍ଚଳର ନାବାଳିକା ନିଜ ମାଉସୀ ଘର ଯାଜପୁର ଧର୍ମଶାଳା ଅଞ୍ଚଳକୁ ୨୦୧୪ ଏପ୍ରିଲ ମାସରେ ଯାଇଥିଲେ। ମାଉସୀ ଘରେ ନାବାଳିକା ଏକା ଥିବା ବେଳେ ଅଭିଯୁକ୍ତ କରୁଣାକର କାଣ୍ଡି ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଘରକୁ ଆସିବା ପରେ ନାବାଳିକାର ମାଆ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କରୁଣାକର ଗିରଫ ହୋଇ ସେବେଠାରୁ ଜେଲରେ ରହିଆସିଛି। ଘଟଣାର ୬ବର୍ଷ ପରେ କଟକ ସ୍ୱତନ୍ତ୍ର ଅଦାଲତ ଏହି ନିର୍ଦ୍ଦେଶନାମା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.