ଯଦି ଆପଣଙ୍କ ଏମିତି ସବୁ ରୋଗ ଅଛି ତେବେ ଖାଆନ୍ତୁ ନାହିଁ ଡାଲଚିନି, ବଢ଼ିପାରେ ଅସୁବିଧା

ନୂଆଦିଲ୍ଲୀ : ଡାଲ୍ଚିନି ଏକ ଗରମ ମସଲା । ଏହାକୁ ସାରା ଦୁନିଆରେ ମସଲା ରୂପେ ବ୍ୟବହାର କରାଯାଏ । ଆୟୁର୍ବେଦରେ ମଧ୍ୟ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ । ଡାଲ୍ଚିନି କାଢ଼ା ପିଇଲେ ବହୁତ ଶୀଘ୍ର ଆରାମ୍ ମିଳିଥାଏ । ଏଥିରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଇନ୍ଫ୍ଲାମେଶନ୍,ଏଣ୍ଟି ଡାଇବେଟିକ ଓ ଫାଇଟୋକେମିକାଲ ଗୁଣ ଥାଏ ।
ଯାହାକି କ୍ୟାନ୍ସର ଓ ଡାଇବେଟିସ୍ ପାଇଁ ଲାଭକାରୀ ହୋଇଥାଏ । ଡାଲଚିନିରେ ଏପରି ଗୁଣ ଥାଏ ଯାହା କେତେକ ରୋଗ ପାଇଁ ବହୁତ ହାନୀକାରକ ହୋଇଥାଏ । ତେଣୁ ଡାଲଚିନି ଖାଇା ପୂର୍ବରୁ ଡାକ୍ତରଙ୍କ ପରମର୍ଶ ନେବା ନିହାତି ଜରୁରୀ । ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ପାଇଁ ଡାଲଚିନି ହାନୀକାରକ ହୋଇଥାଏ ।
. ରକ୍ତଗତ ସମସ୍ୟା : ଡାଲଚିନିରେ ଥିବା କୁମେରିନ୍ ମସଲାକୁ ମିଠା ସ୍ୱାଦ ଦେଇଥାଏ । ଚକିତ୍ସା ବିଜ୍ଞାନରେ ଏହାକୁ ବ୍ଲଡ୍ ଥିନର ଭାବେ ଔଷଧରେ ବ୍ୟବହାର କରାଯାଇଥାଏ । ଯଦି ଆପଣ ବ୍ଲଡ୍ ଥିନର ଔଷଧ ନେଉଥାନ୍ତି ତେବେ ଡାଲଚିନି ସେବନ କରନ୍ତୁ ନାହିଁ ।
. ମୁହଁରୁ ଅଧିକ ଝାଳ ବାହାରୁଥିଲେ : ମୁହଁରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା । ଏହା ଏକପ୍ରକାର ଆଲର୍ଜି ଯୋଗୁ ହୋଇଥାଏ । ଯଦି ଆପଣଙ୍କ ମୁହଁରୁ ସବୁବେଳେ ଝାଳ ବାହାରୁଥାଏ । ତେବେ ଡାଲଚିନି ଖାଆନ୍ତୁ ନାହିଁ ।
. ଲିଭର ସମସ୍ୟା : ଡାଲଚିନିରେ ଥିବା କୁମେରିନ୍ ଲିଭର ଖରାପ କରିପାରେ । ଯଦି ଆପଣଙ୍କ ଲିଭର ସମସ୍ୟା ଥାଏ ତେବେ ଡାଲଚିନି ଖାଇବା ଦ୍ୱାରା ଏହାର ସମସ୍ୟା ଅଧିକ ବଢ଼ାଇଥାଏ ।
. ଗର୍ଭବତୀ ମହିଳା ଡାଲଚିନି ସେବନ ନକରିବା ଆବଶ୍ୟକ : ଡାଲଚିନି ସମୟ ପୂର୍ବରୁ ପ୍ରସବ ବା ଗର୍ଭାଶୟ ସଂକୁଚନ ସମସ୍ୟା ବଢ଼ାଇ ଦେଇପାରେ । ଏହାଛଡା ସ୍ତନପାନ କରାଉଥିବା ମହିଳା ଡାଲଚିନି ଖାଇବା ଠିକ୍ ନୁହେଁ । ତେଣୁ ଡାଲଚିନି ନେବାକୁ ଚାହୁଁଥିଲେ ଡାକ୍ତରଙ୍କ ପରାମର୍ଶ ନିହାତି ନିଅନ୍ତୁ ।
. ଡାଇବେଟିସ୍ ସମସ୍ୟା ଥିଲେ : ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଆପଣ ଡାଇବେଟିସ୍ ସମସ୍ୟାରେ ଥାଆନ୍ତି, ତେବେ ଡାଲଚିନି ସେବନ କରନ୍ତୁ ନାହିଁ । ଏଥିରେ ଥିବା ପଦାର୍ଥ ବ୍ଲଡ୍ ସୁଗାର ସ୍ତର ନିମ୍ନ କରପାରେ । ଏହାଦ୍ୱାରା ମୁଣ୍ଡ ବୁଲାଇବା ଓ ବେହୋଶ ହେବା ଆଶଙ୍କା ବଢ଼ିଥାଏ ।
ତେବେ ଏହି ଟିପ୍ସ କେବଳ ଆପଣଙ୍କ ଜାଣିବା ପାଇଁ ଉପଲବ୍ଧ ଅଟେ । ତେଣୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଡାକ୍ତରଙ୍କ ପରମର୍ଶ ନିଅନ୍ତୁ ।