ଟିକାକରଣକୁ ପୂରିଲା ବର୍ଷେ,୯୦ ପ୍ରତିଶତ ନେଇଛନ୍ତି ଉଭୟ ଡୋଜ

ଭୁବନେଶ୍ୱର(କେନ୍ୟୁଜ) : ରାଜ୍ୟରେ କୋଭିଡ ଟିକାକରଣକୁ ପୂରିଛି ବର୍ଷେ। ବର୍ଷକ ମଧ୍ୟରେ ୫କୋଟି ୩୯ଲକ୍ଷ ୯୧ ହଜାର ୬୪୨ ଡୋଜ ଟିକା ଦିଆଯାଇଛି। ସେଥିରୁ ପ୍ରଥମ ଡୋଜ ୯୨.୪ ପ୍ରତିଶତ ଓ ଉଭୟ ଡୋଜ ୯୦ ପ୍ରତିଶତ ନେଇଛନ୍ତି। କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି।

ଟିକାକରଣ ଆରମ୍ଭରୁ ଚ୍ୟାଲେଞ୍ଜିଂ ରହିଥିଲା। ତେବେ ସମସ୍ତଙ୍କ ସହଯୋଗରେ ଆଜି ସମସ୍ତଙ୍କୁ ଟିକା ଦିଆଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଦେଶରେ ୨୦୨୧ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା କୋଭିଡ ଟିକାକରଣ। ରାଜ୍ୟରେ ମଧ୍ୟ ସେହିଦିନ ଠାରୁ ହୋଇଥିଲା ଟିକାକରଣ। ୧୬୧ଟି ଟିକାଦାନ କେନ୍ଦ୍ରରେ ଏହା ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.