ରାଜମହଲ ଛକରେ ରାତି ଅଧରେ ଖେଳ, ବିଏମ୍‌ସି କିଓସ୍କରେ ଅଶ୍ଳୀଳ ଚିତ୍ର

ଭୁବନେଶ୍ୱର (କେନ୍ୟୁଜ୍‌) : ଗତକାଲି ଥିଲା ଶନିବାର । ସମୟ ରାତି ଠିକ୍‌ ୧୧ଟା ୧୪ ମିନିଟ୍‌ । ରାଜଧାନୀ ରାସ୍ତା ସେତେବେଳକୁ ଶୀତ ଯୋଗୁଁ ଶୂନଶାନ୍‌ ହୋଇ ଆସିଥିଲା । ତଥାପି ଚଳପ୍ରଚଳ ଥିଲା ଲୋକଙ୍କର । ଅତି ଦରକରୀ କାମରେ ଲୋକେ ଯିବା ଆସିବା କରୁଥିଲେ ଲୋକେ । ଏହି ସମୟରେ ରାଜମହଲ ଛକରେ ଥିବା ବିଏମ୍‌ସିର କିଓସ୍କରେ ଦେଖିବାକୁ ମିଳିଲା ଅଶ୍ଳୀଳ ଚିତ୍ର ସବୁ । ଯେଉଁଥିରେ ଲୋକଙ୍କୁ କିଛି ସୂଚନା ଦିଆଯାଏ, ସେଠାରେ ଲୋକେ ମୋବାଇଲ୍‌ ଚାର୍ଜ ବି କରନ୍ତି । ସେହି କିଓସ୍କରେ ସ୍ପଷ୍ଟ ଭାବେ ଚାଲିଥିଲା ଅଶ୍ଳୀଳ ଚିତ୍ର । ଏହାକୁ ଦେଖି ଜଣେ ସମାଜସେବୀ ତୁରନ୍ତ ବିଏମ୍‌ସିକୁ ଫୋନ୍‌ କରିବା ପରେ ଜଣେ କର୍ମଚାରୀ ଆସି ତାକୁ ବନ୍ଦ କରିଥିଲେ । ଆମ ରିପୋର୍ଟର ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିୟା ନେବା ବେଳକୁ ପ୍ରାୟ ସାତ ଆଠ ମିନିଟ୍‌ ଧରି ଏସବୁ ଲୀଳା ଚାଲିଥିଲା । ତେବେ ଏହା ଆଗରୁ ମଧ୍ୟ ଏହି ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା ।

ଏହାକୁ ନେଇ ପରେ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି । ଏଥିପାଇଁ ଦାୟୀ କିଏ, ସର୍ବସାଧାରଣ ସ୍ଥାନରେ ଏଭଳି ଏକ ବିରାଟ ଭୁଲ କରି ବସିଲା ତାକୁ ଖୋଜା ଚାଲିଛି । ତେବେ ଏ କାମ ଯିଏବି କରୁ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଆଗକୁ ଏଭଳି ତ୍ରୁଟି ଯେମିତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.