କେନ୍ଦୁଝର: ହୋଟେଲ୍ ଭିତରୁ କୋଭିଡ଼ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଷ୍ଟେଟ ବ୍ଯାଙ୍କ ଅଫ୍‌ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସର ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ଜଣଙ୍କ ହେଉଛନ୍ତି, ବହଳଦା ଜାମଦା ଗ୍ରାମର ଆଶା ଚ଼ରଣ ମାଝି(୫୫)। ଖବର ଅନୁସାରେ, ଶ୍ରୀ ମାଝି ରାଙ୍କି ସ୍ଥିତ଼ କୋଭିଡ୍ ଡାକ୍ତର ଖାନାରେ କାର୍ଯ୍ଯରତ ଥିଲେ।

ଗତକାଲି ସେ ହୋଟେଲ ଭିତ଼ରେ କବାଟ ଖୋଲି ଶୋଇଥିଲେ। ତ଼ାଙ୍କୁ କର୍ମଚ଼ାରୀ ମାନେ ଉଠିବାକୁ ବହୁଥର କହିଥିଲେ ମଧ୍ୟ ସେ ଶୁଣିନଥିଲେ। ହୋଟେଲ ମାଲିକ ଏନେଇ ଟାଉନ ପୋଲିସକୁ ଖବର ଦେବା ପରେ, ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରିଥିଲା। ଏନେଇ ପୋଲିସ ଏକ କେସନଂ(୧୩୫/୨୦) ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି। ପରେ ଶବ କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଡାକ୍ତରଙ୍କ ମୃତ୍ୟୁ କିପରି ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.