Below header

ଭଗବାନ ରାମଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ଯ ପାଇଁ କ୍ଷମା ମାଗିଲେ ସୈଫ, କହିଲେ ‘ସେ ଆମର ହିରୋ’

ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଏବେ ନିଜର ନୂଆ ଫିଲ୍ମକୁ ନେଇ ବିବାଦ ଘେରରେ ରହିଛନ୍ତି । ଅପକମିଂ ଫିଲ୍ମ ‘ଆଦିପୁରୁଷ’ କୁ ନେଇ ବିବାଦରେ ଫସିଯାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ଯେ, ଫିଲ୍ମରେ ରାବଣଙ୍କ ବ୍ୟକ୍ତିତ୍ୱକୁ ଭଲ ଭାବରେ ଦେଖାଯାଇଛି ଏବଂ ରାମଙ୍କର ବ୍ୟକ୍ତିତ୍ୱକୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି ।

ଯେବେ ଏହି କଥା ବିଜେପି ନେତା ରାମ କଦମଙ୍କୁ ଜଣାପଡ଼ିଲା , ସେ ଏହି କଥାକୁ ନେଇ ବହୁତ ପ୍ରତିକ୍ରିୟାଶୀଳ ହୋଇଥିଲେ । କହିଥିଲେ, ହିନ୍ଦୁ ଭାବନାକୁ ଆଘାତ ଦେବାଭଳି କୌଣସି ଦୃଶ୍ୟ ଯେମିତି ନରହୁ। ଏହାସହ ରାମ କଦମ ଚେତାବନୀ ମଧ୍ୟ ଦେଇଥିଲେ କି ହିନ୍ଦୁ ଧର୍ମର ଅପମାନ ସେ ସହିବେ ନାହିଁ । ବର୍ତ୍ତମାନ ଏହା ଉପରେ ଅଭିନେତା ସୈଫ୍ ଅଲୀ ଖାନଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ସୈଫ୍ ଏହି ମନ୍ତବ୍ଯ ପରେ କହିଛନ୍ତି, ମୋର ଏହି ସାକ୍ଷାତକାରରେ କହିଥିବା କଥା ଲୋକଙ୍କୁ ଆଘାତ ଦେଇଛି । ମୋର ଉଦ୍ଦେଶ୍ୟ ଏମିତି କରିବାକୁ ନଥିଲା, ନା ମୁଁ ଏମିତି କରିବାକୁ ଚାହୁଁଥିଲି । ମୁଁ ନିଜର ଷ୍ଟେଟମେଣ୍ଟ ଫେରେଇ ନେଉଛି ଏବଂ ସେହି ସବୁ ଲୋକଙ୍କୁ କ୍ଷମା ମାଗୁଛି , ଯାହାଙ୍କୁ ମୋ କଥା କଷ୍ଟ ଦେଇଛି । ମୋ ପାଇଁ ସର୍ବଦା ଭଗବାନ ରାମ ହିରୋ ଭଳି ରହିଛନ୍ତି ।

ଫିଲ୍ମ ‘ଆଦିପୁରୁଷ’ ରେ ସାଉଥ୍ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଆସିବାକୁ ଥିବା ବେଳେ ସୈଫ ଅଲ୍ଲୀ ଖାନ ଲଙ୍କେଶ ଭୂମିକାରେ ନଜର ଆସିବେ। ଫିଲ୍ମ ଆସନ୍ତାବର୍ଷ ୨୦୨୧ରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.