Below header

ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ

ଭୁବନେଶ୍ୱର  : ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ସେ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି।

sura babaସୂଚନା ଥାଉକି, ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ କେଳେଙ୍କାରୀ ନେଇ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଏଥିରେ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା। ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ମହିଳାଙ୍କୁ ବ୍ଲାକ୍‌ମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା ତାଙ୍କ ନାଁରେ। ଏହାସହ ଆଶ୍ରମରୁ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ନଗଦ ଟଙ୍କା ଜବତ କରାଯାଇଥିଲା। ତେବେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ସେ ଜେଲ୍‌ରୁ ବାହାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.