Below header

ତାଳଚେର: ହାଟତୋଟା ନିକଟରେ ୨୫ଲକ୍ଷ ଟଙ୍କାର ବାଣ ଜବତ, ୨ ଅଟକ

ତାଳଚେର(କେ ନ୍ୟୁଜ): ତାଳଚେର ହାଟତୋଟା ନିକଟରେ ୨୫ଲକ୍ଷ ଟଙ୍କାର ବାଣ ଜବତ। ବେଆଇନ ଭାବେ ଗଛିତ ଥିବାବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାଣ ଜବତ କରାଯାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ତାଳଚେର ହାଟତୋଟା ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଛିତ ରଖାଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ କୌଣସି ସୂତ୍ରରୁ ସୂଚନା ପାଇଥିଲେ ।

ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ଚଢାଉ କରିଥିଲା । ଦୀପାବଳିରେ ଚୋରାରେ ବିକ୍ରି ବିକ୍ରି ପାଇଁ ଏହି ସବୁ ବାଣ ରଖାଯାଇଥିବା ନେଇ ଜଣାଯାଇଛି । ଯେଉଁ ସ୍ଥାନରୁ ବାଣ ଜବତ ହୋଇଛି ସେହି ଘର ନିକଟରେ ଏକ ATM କାଉଣ୍ଟର ଓ କୋଚିଂ ସେଣ୍ଟର ରହିଛି। ଯଦି ହଟାତ କୌଣସି ଅଘଟଣ ଘଟିଥାନ୍ତା ତେବେ ଏକ ବଡ ଧରଣର କ୍ଷତି ହୋଇଥାନ୍ତା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.