Below header

ଏବେ ଗାଁରେ ପ୍ରସ୍ତୁତ ହେବେ ଡିଜିଟାଲ ଉଦ୍ୟୋଗୀ, ମୟୁରଭଞ୍ଜ ଜିଲ୍ଲାର ଶିଳ୍ପୀ ମାନଙ୍କୁ ରାଜପ୍ରାସାଦରେ ଦିଆଯାଉଛି ତାଲିମ୍

ବାରିପଦା(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁ ହେବ ରଘୁରାଜପୁର। ରଘୁରାଜପୁର ଭଳି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁ। ମୟୁରଭଞ୍ଜ ଜିଲ୍ଲାର ଶିଳ୍ପୀ ମାନଙ୍କ କାରୁକାର୍ଯ୍ଯକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ମୟୁରଭଞ୍ଜ ରାଜପରିବାରର ଅଭିନବ ପ୍ରୟାସ। ଆଧୁନିକ ଯୁଗରେ ଶିଳ୍ପୀ ମାନଙ୍କ କଳାକୁ କମ୍ପ୍ୟୁଟରକାର କାରିବାକୁ ପ୍ରୟାସ। ଡିଜିଟାଲ ମାଧ୍ୟମରେ ନିଜର କଳାକୃତିର ପ୍ରଚାର ପ୍ରସାର ପାଇଁ ରାଜ ପ୍ରସାଦରେ ଦିଆଯାଉଛି ସ୍ୱତନ୍ତ୍ର ତାଲିମ୍‌। ପ୍ରସ୍ତୁତ ହେବେ ପ୍ରତିଟି ଗାଁରେ ଡିଜିଟାଲ ଉଦ୍ୟୋଗୀ ।

ରାଜପ୍ରାସାଦରେ ତାଲିମ ନେଉଛନ୍ତି ପ୍ରଜା। ସାଙ୍ଗରେ ଅଛନ୍ତି ରାଣୀ ମା ଓ ରାଜକୁମାରୀ। ୩ ଦିନ ଧରି ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ତାଲିମ। ଡିଜିଟାଲ ଉଦ୍ୟୋଗୀ ଗଢିବାକୁ ଚାଲିଛି ପ୍ରୟାସ। ଶିଳ୍ପ ବିହୀନ ମୟୁରଭଞ୍ଜ ଜିଲ୍ଲାରେ ଏକମାତ୍ର ବିକଳ୍ପ ଚାଷ। ଆଉ ଅଧାରୁ ଅଧିକ ଜିଲ୍ଲାବାସୀ ନିର୍ଭର କରନ୍ତି ସବାଇ ଚାଷ ଉପରେ। ଆଉ ସେ ସବାଇ ଘାସର ସବାଇ କ୍ରାଫ୍ଟ କରି ରୋଜଗାର ମେଣ୍ଟାନ୍ତି ଜିଲ୍ଲାବାସୀ। କେବଳ ସବାଇ ନୁହେଁ ଡୋକରା, ଟେରାକୋଟା ଆଦି କ୍ରାଫ୍ଟ ମଧ୍ୟ ରୋଜଗାର ଦେଇଛି ଜିଲ୍ଲାବାସୀଙ୍କୁ।

କଳା ସଂସ୍କୃତି ସମ୍ପନ୍ନ ଜିଲ୍ଲା ମୟୁରଭଞ୍ଜ। ପ୍ରତିଟି ମଣିଷ ମଧ୍ୟରେ ଲୁଚି ରହିଥାଏ କିଛି ନା କିଛି କଳା। ଆଉ ସେ କଳା ପ୍ରତିଫଳିତ ହୁଏ ଶିଳ୍ପୀ ମାନଙ୍କ ଶିଳ୍ପ ମାଧ୍ୟମରେ। ଆଉ ସେ ଶିଳ୍ପ ମାନଙ୍କୁ ନେଇ ଡିଜିଟାଲ ଯୁଗରେ ଡିଜିଟାଲ ଉଦ୍ୟୋଗୀ କରି ତୋଳିବାକୁ ପ୍ରୟାସ ଆରମ୍ଭ କରିଛି ମୟୁରଭଞ୍ଜ ରାଜପରିବାର। ମୟୁରଭଞ୍ଜ ଫାଉଣ୍ଟେସନ ମାଧ୍ୟମରେ କ୍ରିଏଟିଭ୍‌ ଡିଜିଟାଲ ଓ ଡିଜିଟାଲ ଏମ୍‌ପାୱାରମେଣ୍ଟ ଫାଉଣ୍ଡେସନ ମିଳିତ ଆନୁକୁଲ୍ଯରେ ରାଜ ପ୍ରସାଦରେ ଶିଳ୍ପୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ତାଲିମ କାର୍ଯ୍ଯକ୍ରମ। ଲକ୍ଷ ରହିଛି ରଘୁରାଜ୍‌ପୁର ଭଳି ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ।

ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ କିଭଳି ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଯାଇ ପରିବ ସେ ସମ୍ପର୍କରେ ୩ଦିନ ଧରି ଦିଆଯାଇଛି ତାଲିମ୍‌। ପ୍ରଥମ ପର୍ଯ୍ଯାୟରେ ଜିଲ୍ଲାର ୩୫ ଜଣ ସବାଇ ଶିଳ୍ପୀଙ୍କୁ ନେଇ ଏହି କାର୍ଯ୍ଯକ୍ରମ ଆୟୋଜନ କରାଯାଇଛି। ତାଲିମ ପାଇବା ପରେ ନିଜ କଳାର କାରୁକାର୍ଯ୍ଯକୁ ଅଧିକ ପ୍ରଚାର ପ୍ରସାର କରି ପାରିବା ସହ ଅଧିକ ରୋଜଗାରକ୍ଷମ ହୋଇ ପାରିବା ନେଇ ଆଶାବାଦୀ ଅଛନ୍ତି ଶିଳ୍ପୀମାନେ।

ତେବେ ମୟୁରଭଞ୍ଜ ଫାଉଣ୍ଡେସନ ଜିଲ୍ଲାର ସମସ୍ତ ବର୍ଗର ଶିଳ୍ପୀଙ୍କୁ ନେଇ ଏଭଳି ତାଲିମ କାର୍ଯ୍ଯକ୍ରମ ବର୍ଷକୁ ୩ରୁ୪ ଥର ପର୍ଯ୍ଯାୟ କ୍ରମେ କରି ଅଧିକରୁ ଅଧିକ ଶିଳ୍ପୀଙ୍କୁ ଯୋଡିବାକୁ ପ୍ରୟାସ କରାଯିବ ବୋଲି ମହାରାଣୀ କହିଛନ୍ତି। ଯାହାଫଳରେ କଳା କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁ ଆଗକୁ ସ୍ୱତନ୍ତ୍ର ପରିଚୟ ପାଇପାରିବ । ତେବେ କେବଳ ତାଲିମ ନୁହଁ ଏହି ଶିଳ୍ପୀ ମାନଙ୍କୁ ଆଗକୁ ଡିଜିଟାଲ ଉଦ୍ୟଗୀ ଗଢି ତୋଳିବାକୁ ଆବଶ୍ଯକୀୟ ଲାପଟପ୍‌ ଓ ଟାବ୍‌ ମଧ୍ୟ ଯୋଗାଇ ଦେବାକୁ ଲକ୍ଷ ରଖିଛନ୍ତି ରାଜପରିବାର।

ମୟୁରଭଞ୍ଜ ଜିଲ୍ଲାର ପ୍ରତିଟି ଗାଁକୁ ବିଶ୍ୱ ଦରବାରରେ ପରିଚିତ କରିବା ଲକ୍ଷ, ତେଣୁ ଏଥର ଡିଜିଟାଲ ମାଧ୍ୟମରେ ନିଜର କଳାକୃତିର ପ୍ରଚାର ପ୍ରସାର କରିବେ ଶିଳ୍ପୀ। ଯାହାକୁ ସଫଳ କରିବାକୁ ଉଦ୍ଯମ ଆରମ୍ଭ କରିଛନ୍ତି ମୟୁରଭଞ୍ଜର ରାଜପରିବାର। ଯାହା ନିହାତୀ ପ୍ରଶଂସାଯୋଗ୍ଯ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.