Below header

ରାଜକୀୟ ପରମ୍ପରାରେ ଜୟପୁର ରାଜମାତାଙ୍କ ଶେଷକୃତ୍ୟ ସମ୍ପନ୍ନ

ଜୟପୁର (କେନ୍ୟୁଜ୍‌) : ଜୟପୁର ରାଜମାତା ରମାକୁମାରୀ ଦେବୀଙ୍କ ପରଲୋକ ସହ ଗୋଟିଏ ଯୁଗର ଅବସାନ ଘଟିଛି । ଜୟପୁର ରାଜ ପରିବାରର ଶେଷ ପରିଚୟ ମହାରାଣୀଙ୍କ ଶେଷ ଯାତ୍ରା ଥିଲା ଏହାର ପ୍ରମାଣ । ରାଜମାତାଙ୍କ ପାର୍ଥିବ ଶରୀର ନିକଟରେ ସେବାୟତମାନଙ୍କ ଭାବଭରା ଶେଷ ସମ୍ମାନ ରାଜତନ୍ତ୍ରର ରୀତିନୀତିକୁ ସ୍ପଷ୍ଟ କରୁଥିଲା । ଆଜି ସନ୍ଧ୍ୟାରେ ରାଜା ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ଜୟପୁର ରାଜମାତାଙ୍କର ।
ଜୟପୁର ରାଜ ପରିବାର ଭଳି ସାରା ସହରରେ ଶୋକର ଛାୟା ଖେଳି ଯାଇଛି । ଗତକାଲି ବିଳମ୍ବିତ ରାତିରେ ଶେଷ ରାଣୀ ତଥା ରାଜମାତାଙ୍କର ଦେହାନ୍ତ ହୋଇଥିଲା । ଆଜି ରାଜକୀୟ ପରମ୍ପରାରେ ପୁଅ ବ୍ରାହ୍ମଣ ରାଜମାତାଙ୍କୁ ମୁଖାଗ୍ନି ଦେଇଥିଲେ ।

ବଡ଼ ବୋହୂ ମୟଙ୍କା ଦେବୀ, ରାଜଜେମା ଲତିକା ଦେବୀ, ସାନ ରାଣୀ ସାରିକା ଦେବୀ ଏବଂ ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ଼ ଦେବ ଓ ରାଜ ପରିବାରର ସମସ୍ତ ସେବାୟତ ଉପସ୍ଥିତ ଥିଲେ ।

ରାଜମାତା ରମାକୁମାରୀ ଦେବୀଙ୍କର ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପ୍ୟାଲେସରେ ପରଲୋକ ହୋଇଥିଲା । ଜୟପୁର ରାଜା ପ୍ରାସାଦରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ସେପଟେ ରାଣୀ ରମା କୁମାରୀ ଦେବୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ମଡଗୁଲର ବିଧାୟିକା ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.