Below header

ରାତି ପାହିଲେ ମ୍ୟାଚ୍‌, ବାରବାଟୀର ହାଇଭୋଲଟେଜ୍‌ ମୁକାବିଲାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ

କେନ୍ୟୁଜ୍(ବ୍ୟୁରୋ) : ରାତି ପାହିଲେ ମ୍ୟାଚ୍‌। ଚାରିଆଡେ କ୍ରିକେଟର ହାଇ ଫିଭର୍‌। ସବୁଠି ବାରବାଟୀ ଦିନିକିଆର ଚର୍ଚ୍ଚା । ଆସିଲେଣି ଦର୍ଶକ। ଇଏ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟରଙ୍କ ବିଗ୍‌ ଫ୍ୟାନ୍‌। ସୁଧୀର ଚୌଧୁରୀ। ଟିମ୍‌ ଇଣ୍ଡିଆକୁ ଚିଅର୍‌ କରାଇବା ପାଇଁ କଟକରେ ପହଞ୍ଚି ସାରିଛନ୍ତି। କ୍ରିକେଟ ପାଗଳ ମଣିଷଟିଏ। ତାଙ୍କ ଷ୍ଟାଇଲ୍‌ ନିଆରା । ଦେହସାରା ଟାଟୁ। ହାତରେ ଜାତୀୟ ପତାକା ଓ ଶଙ୍ଖ । ଯେଉଁଠି ବି ଇଣ୍ଡିଆର ମ୍ୟାଚ୍‌ ହୁଏ, ସେଠି ପହଞ୍ଚି ଯାଆନ୍ତି ସୁଧୀର। ଗ୍ୟାଲେରୀରୁ ଖେଳାଳିଙ୍କୁ ଉତ୍ସାହିତ କରନ୍ତି ସୁଧୀର। ଏହାସହ ମ୍ୟାଚ୍‌ ବେଳେ ସେ ଦର୍ଶକଙ୍କ ଆକର୍ଷଣ ବି ପାଲଟି ଥାଆନ୍ତି।

barabati

ଦୁଇ ବର୍ଷ ପରେ କ୍ରିକେଟ ଫେରିଛି ବାରବାଟୀ। କଟକରେ ମ୍ୟାଚ ହେଉଛି। କିନ୍ତୁ କ୍ରେଜ୍‌ ସାରା ଓଡ଼ିଶାରେ। ଉତ୍ସାହିତ କ୍ରୀଡ଼ାପ୍ରେମୀ। ଯେଉଁମାନେ ଟିକେଟ ଖଣ୍ଡେ କିଣିଛନ୍ତି, ସେମାନଙ୍କୁ ବୋଧେ ରାତିରେ ଆଉ ନିଦ ହେବନି। ଆଉ ଯାହାଙ୍କୁ ମିଳିନି, ସେମାନେ ବି ମଜା ଉଠାଇବାକୁ ତୟାର। କାରଣ କାଲି ରବିବାର। ଛୁଟି ଦିନି । ଘରେ ବସି ମ୍ୟାଚ୍‌ ଉପଭୋଗ କରିବାକୁ ପ୍ରସ୍ତୁତି କଲେଣି। କିଏ ହିଟମ୍ୟାନ୍‌ ରୋହିତଙ୍କ ବ୍ୟାଟରୁ ଆଉ ଗୋଟିଏ ହିଟ୍‌ ଇନିଂସ ଆଶା ରଖିଛି ତ କେହି ରନ୍‌ ମେସିନ୍‌ କୋହଲିଙ୍କ ଧମାକାଦାର କମବ୍ୟାକ୍‌ ନେଇ ଆଶାବାଦୀ। ସୁପର ସନ୍‌ଡେରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ସମସ୍ତ ଅପେକ୍ଷା କରିଛନ୍ତି । ବାରବାଟୀରେ ଟିମ୍‌ ଇଣ୍ଡିଆର ଟ୍ରାକ୍‌ ରେକର୍ଡ ଭଲ। ହୋମ୍‌ ଗ୍ରାଉଣ୍ଡରେ ଖେଳୁଥିବାରୁ କ୍ରାଉମ୍‌ ସପୋର୍ଟ ରହିବ। ନିଜ ଟିମକୁ ସମର୍ଥନ ଦେବାକୁ କଟକରେ ପହଞ୍ଚିଲେଣି ରାଜ୍ୟ ତଥା ଦେଶ ବିଦେଶର କ୍ରିକେଟ ଫ୍ୟାନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.