Below header

ଏସିଏଫ ସୌମ୍ୟଙ୍କ ପରିବାରକୁ ୩ ଘଣ୍ଟା ମାରାଥନ୍‌ ଜେରା, କାଲି ଜେରାର ସାମ୍ନା କରିବେ ବିଦ୍ୟାଭାରତୀ

ସୋର(କେନ୍ୟୁଜ୍):  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ରାଉଣ୍ଡ ମାରାଥନ୍‌ ଜେରା । DSP ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ପ୍ରଥମେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ।

ମୃତ ସୌମ୍ୟ ରଞ୍ଜନଙ୍କ ବିବାହଠାରୁ ଆରମ୍ଭ କରି କିପରି ଥିଲା ସେମାନଙ୍କ ବୈବାହିକ ଜୀବନ ସେନେଇ ଅନେକ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଟିମ୍‌ ପଚାରିଥିବା ଜଣାପଡ଼ିଛି। ପରେ ସୌମ୍ୟଙ୍କ ମାଆ ତୁଳସୀ ମହାପାତ୍ରଙ୍କ ବୟାନ ରେକର୍ଡ ହୋଇଛି। ସୌମ୍ୟଙ୍କ ବାପା, ମାଆ , ବଡଭାଇ, ସାନ ମାମୁଁ ଓ ବଡମାଇଁଙ୍କୁ ସାଢେ ୩ ଘଣ୍ଟା ମାରାଥନ୍‌ ଜେରା କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆସନ୍ତାକାଲି ବିଦ୍ୟାଭାରତୀଙ୍କୁ ଜେରା କରାଯିବ। ୨ଜଣ ମହିଳା DSP ଓ ଜଣେ ଇନସପେକ୍ଟର ତାଙ୍କୁ ଜେରା କରିବେ।

ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍‌ ୧୪ ଜଣ ସାକ୍ଷୀଙ୍କୁ ଜେରା କରିିଛି । ସାକ୍ଷୀଙ୍କ ବୟାନ, ସିଡିଆର୍‌ ତଥ୍ୟ, ଗଜପତି ପୋଲିସ ତଦନ୍ତ ରିପୋର୍ଟର ବିସ୍ତୃତ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ସୌମ୍ୟଙ୍କ ପରିବାର ଓ ବିଦ୍ୟାଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଭେଦିବା ଆଶା କରାଯାଉଛି । ୧ ମାସରୁ ଅଧିକ ସମୟ ପରେ ବି ସୌମ୍ୟଙ୍କ ମୃତ୍ୟୁ ଉପରୁ ସସ୍‌ପେନ୍‌ସ ହଟିପାରିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.