ଭାରତରେ Zycov -D ଲଞ୍ଚ କରିବାକୁ ଯାଉଛି ନୂଆ ଭ୍ୟାକସିନ, ଫୋକସରେ ଅଛନ୍ତି ୧୨ ରୁ ୧୭ ବର୍ଷର ପିଲା

କରୋନା ଭାଇରସ ଲଢେଇରେ ସରକାରଙ୍କୁ ଖୁବଶୀଘ୍ର ଆଉ ଏକ ସଫଳତା ମିଳିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଦେଶର ଅନ୍ୟତମ ସ୍ବଦେଶୀ କମ୍ପାନୀ ଜାୟକୋବ-ଡ଼ି ବଜାରକୁ ଏକ ନୂଆ ଭ୍ୟାକସିନ ଛାଡିବାକୁ ଯାଉଛି । ଜାଇଡ଼ସ କ୍ୟାଡ଼ିଲାର ଜାୟକୋବ-ଡ଼ି ଭ୍ୟାକସିନ ହେଉଛି ବିଶ୍ୱର ପ୍ରଥମ ପ୍ଳାସମିକ ଡିଏନଏ ଆଧାରିତ କରୋନା ଭ୍ୟାକସିନ । ଆଉ ସବୁଠୁ ବିଶେଷ କଥା ହେଉଛିକି ଭାରତର ଏହି ଏକ ମାତ୍ର ଭ୍ୟାକସିନକୁ ୧୨
ରୁ ୧୭ ବର୍ଷର ପିଲାମାନଙ୍କୁ ଦିଆଯିବା ନେଇ ଅନୁମତି ମିଳିଛି । ଜାୟଡ଼ସ ଗ୍ରୁପର ମ୍ୟାନେଜିଂଗ ଡ଼ାଇରେକ୍ଟର ବା ଏମଡି ଡ଼ଃ ସର୍ବିଲ ପଟେଲଙ୍କ ଅନୁଯାୟୀ ଭ୍ୟାକସିନର ମୂଲ୍ୟ ଏହାର ଟେକନିକ, ରୋଗ ଉପରେ ଏହାର ପ୍ରଭାବ ଓ ଭଲ୍ୟୁମ ଆଧାରରେ ହିଁ ନିର୍ଦ୍ଧାରଣ କରାଯିବ ।

ଆଶା କରାଯାଉଛିକି ଏହାର ମୂଲ୍ୟ ଅନ୍ୟ ଭ୍ୟାକସିନ ଗୁଡିକ ଠାରୁ ଯଥେଷ୍ଟ କମରହିବ । ପ୍ରତିବର୍ଷ ୧୦ ରୁ ୧୨ କୋଟି ଡୋଜ ପ୍ରସ୍ତୁତ କରିବା ନେଇ କମ୍ପାନୀ ଲକ୍ଷ ରଖିଥିବା ଜଣାଯାଇଛି । ବିଶେଷ କଥା ହେଉଛିକି, ଏହା ହେଉଛି ତିନିଟି ଡୋଜ ବିଶିଷ୍ଟ ଭ୍ୟାକସିନ । ଯାହାକୁ ୦, ୨୮ ତଥା ୫୬ ଦିନର ଅବଧିରେ ଦିଆଯିବ । କମ୍ପନିର ଏମଡି ସର୍ବିଲ ପଟେଲଙ୍କ ଅନୁଯାୟୀ ଖୁବ କମ ଦିନରେ କେମିତି ମାତ୍ର ଦୁଇଟି ଡୋଜରେ ଭ୍ୟାକସିନ ଦିଆଯିବ ସେନେଇ ପ୍ରସ୍ତୁତି ଜାରିରହିଛି । କିନ୍ତୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇନାହିଁ । ଏହି ଭ୍ୟାକସିନର ଆଉ ଏକ ବିଶେଷତା ହେଉଛିକି ୨୫ ଡିଗ୍ରୀ ତାପମାତ୍ରାରେ ଏହାକୁ ତିନି ମାସ ପର୍ଯ୍ୟନ୍ତ ମହଜୂତ ରଖାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.