ରାଉରକେଲା ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍, ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତଦନ୍ତ ଆରମ୍ଭ

ରାଉରକେଲା ବିଶ୍ରା ବ୍ଲକ୍ ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍ । ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଚାଷ ଜମି ନିକଟରେ ଥିବା ପଥର ପାହାଡ଼ ଖଣିକୁ ଖନନ କରି ଜଣେ ବ୍ୟକ୍ତି ଦୀର୍ଘ ୧୦ ବର୍ଷ ହେବ କୋଟି କୋଟି ଟଙ୍କାର ବେପାର କରିଆସୁଥିବା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି । ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚର ଡିଏସ୍‌ପି । ପ୍ରତାପ ପ୍ରସାଦ ନାମକ ଜଣେ ବ୍ୟକ୍ତି ୧୦ ବର୍ଷ ପୂର୍ବରୁ ଏକ ଚାଷ ଜମି ଲିଜ୍‌ରେ ନେଇ ନିକଟରେ ଥିବା ପଥର ପାହାଡ଼ ଖଣି ଖନନ କରି ବିକ୍ରି କରି ଆସୁଥିଲେ । ତେବେ ଲିଜ୍ ସ୍ଥାନରେ ସେ ଉତ୍ତୋଳନ ନକରି ଅନ୍ୟ ସ୍ଥାନରେ ପଥର ଖଣି ଚଳାଇ ଆସୁଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚରେ ଲିଜ୍ ନବୀକରଣ ଆବେଦନ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରେ ବିଶ୍ରା ତହସିଲଦାର ଜିଲ୍ଲା ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.