ବିଲରୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି (କେ ନ୍ୟୁଜ୍‌) : ଧାନ ବିଲରୁ ଚାଷୀକୁ ଟାଣିନେଲା କୁମ୍ଭୀର। ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତର ନେଢୁଆଳି ଗ୍ରାମର ହେମନ୍ତ ମାଝି ନିଜ ବିଲକୁ ଧାନ ତଳି ରୋଇବା ପାଇଁ ଯାଇଥିବା ବେଳେ ବୈତରଣୀ ନଦୀରୁ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଯାଇଥିଲା। ଦୀର୍ଘ ସମୟ ଧରି ବିଲରୁ ହେମନ୍ତ ଘରକୁ ନ ଫେରିବାରୁ ଘର ଲୋକଙ୍କ ସମେତ ଗାଁ ଲୋକେ ଖୋଜାଖୋଜି କରିବା ପରେ ନଦୀପଠାରେ କୁମ୍ଭୀର ଖାଉଥିବାର ଦେଖିବାକୁ ପାଇଥିଲେ। କୁମ୍ଭୀରଟି ହେମନ୍ତଙ୍କ ମୁଣ୍ଡକୁ ଛାଡି ଶରୀରର ଅନ୍ୟ ଭାଗକୁ କୁମ୍ଭୀର ଖାଇଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ସାରଳା ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ କରିଛନ୍ତି। ତୁରନ୍ତ ହେମନ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।