ଅଧିକ ଦିନ ତିଷ୍ଠି ପାରେନି ଏହି ପାଞ୍ଚଟି କାରଣରୁ ହୋଇଥିବା ବିବାହ, ଜାଣନ୍ତୁ କ’ଣ ତାହା

୨୦ ବର୍ଷ ବୟସରେ ଉପନୀତ ହେବା ପରେ ସବୁ ପୁଅ ଓ ଝିଅଙ୍କ ଉପରେ ବିବାହ କରିବା ପାଇଁ ପରିବାର ଲୋକେ ଚାପ ପକାଇଥାନ୍ତି। ଏହି ବୟସ ହିଁ ବିବାହ ପାଇଁ ଉପଯୁକ୍ତ ବୋଲି ବନ୍ଧୁବାନ୍ଧବ ମଧ୍ୟ କହିଥାନ୍ତି। ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ଚାପରେ ଆସି କିଛି ଲୋକ ବିବାହ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ନିଜେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନଥିଲେ ମଧ୍ୟ ବାଧ୍ୟବାଧ୍ୟକତା ତଥା ସମାଜ ପାଇଁ ସେମାନେ ବିବାହ ଭଳି ସାମାଜିକ ବନ୍ଧନରେ ବାନ୍ଧି ହୋଇଥାନ୍ତି। ତେବେ ଜବରଦସ୍ତି କରାଯାଉଥିବା ବିବାହ ଅଧିକ ଦିନ ତିଷ୍ଠିନଥାଏ। ଦାମ୍ପତ୍ୟ ଜୀବନରେ କଳି ଝଗଡ଼ା କାରଣରୁ ବହୁ ସମ୍ପର୍କ ଅଧାରୁ ହିଁ ଭାଙ୍ଗିପଡ଼େ। ତେବେ ଆସନ୍ତୁ ଜାଣିବା ସେଭଳି ପାଞ୍ଚଟି କାରଣ…

ସାମାଜିକ ଚାପ ଯୋଗୁଁ

କେବେ ବି ଲୋକଙ୍କ ଚାପରେ ବିବାହ କରନ୍ତୁ ନାହିଁ। ଲୋକମାନେ ଆପଣଙ୍କୁ ବିବାହ ସମ୍ବନ୍ଧରେ ଦେଉଥିବା ଟିପ୍ସକୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ। କିନ୍ତୁ କେତେବେଳେ ବିବାହ କରିବେ ତାହା ସମ୍ପୂର୍ଣ୍ଣ ଆପଣଙ୍କ ନିଜସ୍ୱ ନିଷ୍ପତ୍ତି ହେବା ଉଚିତ। ମାନସିକ ସ୍ତରରେ ପ୍ରସ୍ତୁତ ହେବା ପରେ ହିଁ ବିବାହ କରିବା ଠିକ୍‌।

ବ୍ରେକ୍‌ଅପ୍‌ ଟେନ୍‌ସନ୍‌ରୁ ମୁକ୍ତି ପାଇଁ

ପ୍ରାୟତଃ ଲୋକମାନେ ବ୍ରେକ୍‌ଅପ୍‌ ପରେ ଅନ୍ୟ ଜଣଙ୍କ ସାହାରା ଖୋଜିଥାନ୍ତି। ଭଙ୍ଗା ମନ ନେଇ ଏକଲା ବଞ୍ଚିବା ଦକ୍ଷତା ଖୁବ୍‌ କମ୍‌ ଲୋକଙ୍କର ରହିଥାଏ। ଏଣୁ ଅଧିକାଂଶ ବ୍ୟକ୍ତି ବ୍ରେକ୍‌ଅପ୍‌ ପରେ ବିବାହ କରିବାକୁ ମନ ବଳାଇଥାନ୍ତି। ତେବେ ଆପଣ ଯଦି ସେଭଳି କରିବାକୁ ଭାବୁଛନ୍ତି ତେବେ ଆଦୌ କରନ୍ତୁନି। ଏହା ଜୀବନର ସବୁଠାରୁ ବଡ଼ ଭୁଲ୍‌ ସାବ୍ୟସ୍ତ ହୋଇପାରେ।

ପରିବାରର ଚାପରେ

ଘରର ବଡ଼ ପିଲାଙ୍କ ଉପରେ ସବୁବେଳେ ବିବାହକୁ ନେଇ ଚାପ ରହିଥାଏ। ବଡ଼ର ବିବାହ ପରେ ସାନ ମାନଙ୍କ କଥା ବି ଚିନ୍ତା କରିବାକୁ ପଡ଼ିବ ବୋଲି ପ୍ରାୟତଃ ପରିବାରର ମୁରବୀ ମୁଖିଆ କହିଥାନ୍ତି। ଫଳରେ ଚାପଗ୍ରସ୍ତ ହୋଇ ଜଣେ ବିବାହ କରିବାକୁ ରାଜି ହୋଇଯାଇଥାଏ। ତେବେ ଏଭଳି ବାଧ୍ୟରେ ବିବାହ କରିବା ଦ୍ୱାରା ଜୀବନରେ ଅଶାନ୍ତି ଲାଗି ରହିବା ସମ୍ଭାବନା ଥାଏ।

ଏହାସହ ପଢ଼ନ୍ତୁ: ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି କାମ, ସଫଳତା ଆପଣଙ୍କ ପାଦ ଚୁମିବ

ବୟସ ଗଡ଼ିଯିବା ଭୟରେ

ବିବାହ ବୟସ ଗଡ଼ିଯିବା ଭୟରେ ବହୁ ଲୋକ ନିଜ ଅନିଚ୍ଛା ସତ୍ତ୍ୱେ ବିବାହ କରୁଥିବା ଦେଖିବାକୁ ମିଳେ। ଏଭଳି ତରବରିଆ ଭାବେ ବିବାହ କରିବା ଦ୍ୱାରା ପଛରେ ସମସ୍ୟା ଦେଖା ଦେଇପାରେ। ବିବାହ କରିବାକୁ ନିଜେ ପ୍ରସ୍ତୁତ ହେବା ପରେ ହିଁ ବିବାହ କରନ୍ତୁ।

ପରମ୍ପରା ବଞ୍ଚାଇବାକୁ

ଆମ ସମାଜରେ ବିବାହ ପରମ୍ପରା କାହିଁ କେଉଁ କାଳରୁ ଚାଲିଆସୁଛି। ସମସ୍ତେ ଯେ ବିବାହ କରିବା ଆବଶ୍ୟକ ଏଭଳି ଚିନ୍ତା କରି ବିବାହ କରିବା ମୁର୍ଖାମୀ। ଏଭଳିି କୌଣସି ନିୟମ ନାହିଁ ଯେ ବିବାହ କରିବା ଉଚିତ୍‌। ଏବେ ବି ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ବିନା ବିବାହରେ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.