ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ବଦଳରେ ଶ୍ରୀରାମ ଥିଲେ କଣ ହୋଇଥାନ୍ତା, ୩ଟି ଘଟଣାରୁ ପାଆନ୍ତୁ ଜବାବ

ତ୍ରେତୟା ଯୁଗର ଶ୍ରୀ ରାମଙ୍କ ନୀତି ଓ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ନୀତିରେ ବହୁ ପ୍ରଭେଦ ଅଛି। ଜଣେ ଅନ୍ୟାୟ ଓ ଅନୀତିର କେବେ ବି ଆଶ୍ରୟ ନେଇନଥିବା ବେଳେ ଆଉ ଜଣେ କୌଣସି ମତେ ଜିତିବାକୁ ଚେଷ୍ଟା କରିଥାନ୍ତି ।  ଗୋଟେ ପକ୍ଷେ ରାମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଥିବା ବେଳେ ଶ୍ରୀକୃଷ୍ଣ କିନ୍ତୁ ଶ୍ୟାମ,ଦାନ,ଦଣ୍ଡ, ଭେଦ ସବୁକୁ ଉପଯୋଗ କରି କୌଣସି ମତେ ଜିତିବାକୁ ଚେଷ୍ଟା କରିଥାନ୍ତି ।  ଅବଶ୍ୟ ଦୁହିଁଙ୍କ ଜନ୍ମ ଅଧର୍ମ ର ବିନାଶ କରି ଧର୍ମର ସ୍ଥାପନା ପାଇଁ ହିଁ ହୋଇଥିଲା। ବେଳେ ବେଳେ କେତେକଙ୍କ ମନରେ ଧାରଣା ଅସିଥାଇପାରେ ଯେ ଯଦି ମହାଭାରତ ଯୁଦ୍ଧ ସମୟରେ କୃଷ୍ଣଙ୍କ ବଦଳରେ ରାମ ଥାନ୍ତେ ତେବେ କଣ ହୋଇଥାନ୍ତା।  ହୁଏତ ମହାଭାରତ ଯୁଦ୍ଧ ଭିନ୍ନ ରୂପେ ଘଟିଥାନ୍ତା। ଆସନ୍ତୁ ଭଗବାନ ଶ୍ରୀରାମ ଓ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଯୋଡ଼ୁଥିବା ୩ଟି କାହାଣୀ ସମ୍ଭନ୍ଧରେ ଆଜି ଜାଣିବା।
ପ୍ରଥମ ଘଟଣା :

ଯେତେବେଳେ ଶ୍ରୀକୃଷ୍ଣ ‘ସମ୍ୟନ୍ତକ’ ମଣିକୁ ଖୋଜି ଖୋଜି ଏକ ଗୁମ୍ଫାରେ ପହଂଚିଥିଲେ।  ସେହି ମଣିଟି ତ୍ରେତୟା ଯୁଗର ଜାମ୍ବବନଙ୍କ ପାଖରେ ଥିଲା ।  ମଣି କାରଣରୁ ହିଁ ସେହିଠାରେ ଜାମ୍ବବାନଙ୍କ ସହ ତାଙ୍କର ଲଢେଇ ହୋଇଥିଲା।  ଏହି ଲଢେଇରେ ଜାମ୍ବବାନ ହାରୁଥିବା ବେଳେ ସେ ତାଙ୍କର ଇଷ୍ଟ ଶ୍ରୀରାମଙ୍କୁ ସ୍ମରଣ କରିଥିଲେ ।  ସେହିସମୟରେ ହିଁ ଶ୍ରୀକୃଷ୍ଣ ତାଙ୍କୁ ଶ୍ରୀରାମ ରୂପେ ଦର୍ଶନ ଦେଇଥିଲେ। ଏହା ଦେଖି ଜାମ୍ବବନ ଆଶ୍ଚର୍ଯ୍ୟ ହେବା ସହ ଅତ୍ୟନ୍ତ ଭକ୍ତିରେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡିଯାଇଥିଲେ । ତ୍ରେତୟା ଯୁଗରେ ଶ୍ରୀରାମ ହିଁ ତାଙ୍କୁ ବରଦାନ ଦେଇଥିଲେ ଯେ ପରବର୍ତୀ ସମୟରେ ଶ୍ରୀକୃଷ୍ଣଙ୍କ ରୂପରେ ତାଙ୍କ ଇଚ୍ଛା ପୂରଣ କରିବେ।
ଦ୍ଵିତୀୟ ଘଟଣା:

ଏକଦା ଶ୍ରୀକୃଷ୍ଣଙ୍କ ସଖା ଅର୍ଜୁନଙ୍କର କଥା କଟାକଟି ମହାବଳି ହନୁମାନଙ୍କ ହୋଇଥିଲା ।  ଅର୍ଜୁନଙ୍କ ଏହା ଯୁକ୍ତି ଥିଲା ଯେ ସେ ନିଜର ବାଣ ସାହାଯ୍ୟରେ ହିଁ ସେତୁ ତିଆରି କରିଦେଇପାରିଥାନ୍ତେ । ଆଉ ଏତେ କଷ୍ଟ କରିବାକୁ ପଡ଼ିନଥାନ୍ତା।  ସେହିଠାରେ ହନୁମାନ ଯୁକ୍ତି କରିଥିଲେ କି ଶରରେ ତିଆରି ହୋଇଥିବା ସେତୁର ଯଦି ତାଙ୍କର ଗୋଟିଏ ପାଦ ପଡିଥାନ୍ତା ତେବେ ସଂଗେ ସଂଗେ ହିଁ ସେତୁଟି ଭାଙ୍ଗିଯାଇ ଥାନ୍ତା । ତାପରେ ଦୁଇ ଜଣଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେ ଯିଏ ପ୍ରଥମେ ହାରିବ ସେ ନିଶ୍ଚିତ ରୂପେ ନିଆଁରେ ଚାଲିବ ।  ଅର୍ଜୁନ ଓ ହନୁମାନ ଦୁଇ ଜଣ ହିଁ ପରମ ଭକ୍ତ ହୋଇଥିବାରୁ ଈଶ୍ୱର ଚିନ୍ତାରେ ପଡିଗଲେ କି ସେ କାହାକୁ ସାହାଯ୍ୟ କରିବେ ।  ଏହି ଘଡି ସନ୍ଧି ମୁହୁର୍ତକୁ ପାର କରି ପରବର୍ତ୍ତି ମୁହୁର୍ତରେ ଭିନ୍ନ ଭିନ୍ନ ଉପାୟରେ ଈଶ୍ୱର ଦୁଇଜଣଙ୍କୁ ହିଁ ସହାୟ ହୋଇଥିଲେ।  ଏକ ସମୟରେ ଦୁହିଁଙ୍କୁ ଭଗବାନଙ୍କର ସାହାଯ୍ୟ କରିବା ପ୍ରଣାଳୀ ଭି ବହୁ ରୋଚକ ଦାୟକ ଥିଲା। ମହାଭାରତ ଯୁଦ୍ଧ ସମୟରେ ଶ୍ରୀରାମଙ୍କ ଆଦେଶରେ ହିଁ ହନୁମାନ ଅର୍ଜୁନଙ୍କ ନନ୍ଦିଘୋଷ ରଥ ଉପରେ ବିରାଜିତ ହୋଇଥିଲେ ।
୩ୟ ଘଟଣା:

ଦ୍ୱାପର ଯୁଗର ଅନ୍ତ ସମୟରେ ଯଦୁବଂଶୀ ମାନେ ସ୍ୱାର୍ଥ ଯୋଗୁଁ ନିଜ ନିଜ ଭିତରେ ଲଢେଇ କରିଥିଲେ। ଲଢେଇର ଅନ୍ତ ହେବା ପରେ ଶ୍ରୀକୃଷ୍ଣ ଏକ ଗଛ ତଳେ ଯାଇ ଆଶ୍ରୟ ନେଇଥିଲେ।  କିନ୍ତୁ ସେହି ସମୟରେ ଜରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ଏକ ହରିଣ ବୋଲି ଭାବି ଏକ ବିଷାକ୍ତ ତୀର ମାରିଥିଲେ। ପରେ ପାଖକୁ ଆସି ଏଥିପାଇଁ ଅନୁତାପ କରିବାରୁ ଶ୍ରୀକୃଷ୍ଣ ଏହାର ରହସ୍ୟ ତ୍ରେତୟା ଯୁଗର ଏକ କାହାଣୀ ସହ ଯୋଡି ହୋଇଅଛି ବୋଲି ଜରାକୁ ବୁଝାଇଥିଲେ । ଯେତେବେଳେ ସାନ ଭାଇ ସୁଗ୍ରୀବ ଓ ବଡ ଭାଇ ବଳିଙ୍କ ମଧ୍ୟରେ ଝଗଡା ଲାଗିଥିଲା।  ସେହି ସମୟରେ ଶ୍ରୀକୃଷ୍ଣ ହିଁ ଲୁଚି ଲୁଚି ଅଙ୍ଗଦର ପିତା ତଥା ସୁଗ୍ରୀବର ଭାଇକୁ ତୀର ମାରିଥିଲେ। ତାହାର ହିଁ ପ୍ରତିଶୋଧ ପର ଜନ୍ମରେ ଜରା ଅବତାରରେ ଜନ୍ମ ନେଇଥିବା ବଳି ନେଇଥିଲେ । ସେ ମଧ୍ୟ ଲୁଚିକରି ଶ୍ରୀକୃଷ୍ଣଙ୍କ ଉପରେ ପ୍ରହାର କରିଥିଲେ।

ଏହି ସବୁ ଘଟଣାକୁ ତର୍ଜମା କଲେ ଜାଣି ହେଉଛି ଯେ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ ।  ସେମାନଙ୍କ ଭିନ୍ନ ଭିନ୍ନ ଯୁଗରେ ନେଇଥିବା ଅବତାର ଗୁଡିକର ରହସ୍ୟ କୋଉଠି ନା କୋଉଠି ପୂର୍ବ ଜନ୍ମର ଏକ କାହାଣୀ ସହ ଯୋଡି ହୋଇଅଛି। ସେ ଶ୍ରୀକୃଷ୍ଣଙ୍କ ଲବଣି ଖାଇବା ହେଉ ବା ଗୋପୀ ମାନଙ୍କ ସହ ରାସ କରିବା ହେଉ ଅବା କଂସକୁ ମାରିବା ହେଉ କି ମହାଭାରତ ଯୁଦ୍ଧରେ ଏକ ମୁଖ୍ୟ ନାୟକର ଭୂମିକା ନିଭାଇବା ହେଉ ଏସବୁର ଯୋଗ ତ୍ରେତୟା ଯୁଗ ସହ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.