Below header

ଏପରି ଏକ ସ୍ଥାନ ଯେଉଁଠି ପ୍ରତି ମିନିଟରେ ୨୮ ଥର ହୋଇଥାଏ ବଜ୍ରପାତ, ବୈଜ୍ଞାନିକମାନେ ମଧ୍ୟ ବୁଝିପାରିଲେନି ରହସ୍ୟ

ଆଜିର ଦୁନିଆରେ ବିଜ୍ଞାନ ଯେତେ ଆଗକୁ ଯାଇଥାଉ ନା କାହିଁକି କିନ୍ତୁ ପୃଥିବୀରେ ଏବେବି ଏପରି କିଛି ସ୍ଥାନ ରହିଛି ଯାହାର ରହସ୍ୟକୁ ଭେଦ କରିବା ପାଇଁ ବୈଜ୍ଞାନିକମାନେ ଏବେବି ଅସଫଳ ରହିଛନ୍ତି । ଏପରି ଏକ ସ୍ଥାନ ରହିଛି ଦକ୍ଷିଣ ଆଫ୍ରିକାର ଦେଶ ବେନେଜୁଏଲରେ । ଯେଉଁଠାରେ ଏକ ହ୍ରଦ ଉପରେ ସବୁ ସମୟରେ ବଜ୍ରପାତ ହୋଇଥାଏ କିନ୍ତୁ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହିବି ଜାଣି ପାରିନାହାନ୍ତି ।

ଏହାତ ଆପଣ ନିଶ୍ଚୟ ଶୁଣିଥିବେ ଗୋଟିଏ ସ୍ଥାନରେ ଦୁଇଥର କେବେବି ଆକାଶରୁ ବଜ୍ରପାତ ହୁଏନାହିଁ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍ଥାନରେ ପ୍ରତି ଘଂଟାରେ ହଜାର ଥର ବଜ୍ରପାତ ହୋଇଥାଏ । ଦୁନିଆକୁ ଆଶ୍ଚର୍ଯ୍ୟ କଲାଭଳି ଏହି ରହସ୍ୟକୁ ” ବିକନ ଅଫ ମ୍ୟାରାକାଇବୋ ” ବୋଲି କୁହାଯାଇଥାଏ । ଏହାର ଆହୁରି ମଧ୍ୟ ଅନେକ ନାମ ରହିଛି ଯେପରିକି ‘ କ୍ୟାଟାଟୁମ୍ବୋ ଲାଇଟନିଙ୍ଗ ‘, ‘ ଏଭରଲାଷ୍ଟିଙ୍ଗ ଷ୍ଟର୍ମ ‘, ‘ଡ୍ରାମାଟିକ ରୋଲ ଅଫ’ ଥଣ୍ଡର ଇତ୍ୟାଦି । ଏହି ସ୍ଥାନକୁ ଦୁନିଆର ପ୍ରାକୃତିକ ବିଜୁଳି ଘର ବୋଲି ମଧ୍ୟ କୁହାଯାଇଥାଏ ।

ସୂଚନା ଅନୁଯାୟୀ ବେନେଜୁଏଲାରେ ଯେଉଁସ୍ଥାନରେ କ୍ୟାଟାଟୁମ୍ବୋ ନଦୀ ମ୍ୟାରାକାଇବୋ ହ୍ରଦରେ ମିଶିଛି ସେଠାରେ ବର୍ଷକୁ ୨୬୦ ଦିନ ପ୍ରଚଣ୍ଡ ତୋଫାନ ହୋଇଥାଏ ଏବଂ ସେହି ୨୬୦ ଦିନ ସାରାରାତି ବଜ୍ରପାତ ହୋଇଥାଏ । ସବୁଠାରୁ ଅଧିକ ବଜ୍ରପାତ ହେଉଥିବା ସ୍ଥାନ ମଧ୍ୟରେ ମ୍ୟାରାକାଇବୋ ହ୍ରଦର ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ ହୋଇଛି । ଶୀତ ଋତୁରେ ଟିକିଏ କମ ହୋଇଥିବା ସମୟରେ ବର୍ଷାଦିନେ ଏଠାରେ ପ୍ରବଳ ମାତ୍ରାରେ ବଜ୍ରପାତ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ ଏଠାରେ ପ୍ରତି ମିନିଟରେ ପ୍ରାୟ ୨୮ ଥର ବଜ୍ରପାତ ହୋଇଥାଏ ।

ଏହାସହ ପଢନ୍ତୁ ସାଙ୍ଗମାନଙ୍କ ଥଟ୍ଟା ପାଇଁ ଅଧାରୁ ପାଠ ଛାଡିଥିଲେ ଏହି କିନ୍ନର କିନ୍ତୁ ଏବେ ବନିଗଲେ ନିଉଜ ଆଙ୍କର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ବିଜୁଳିର ଚମକ ଏତେ ମାତ୍ରାରେ ହୋଇଥାଏ ଯେ ପ୍ରାୟ ୪୦୦ କିଲୋମିଟର ଦୂରରୁ ମଧ୍ୟ ଏହା ଦେଖାଯାଇଥାଏ । ଲୋକମାନଙ୍କ କହିବା ଅନୁଯାୟୀ ଏହା ଏପରି ଦେଖା ଯାଇଥାଏ ଯେପରି ଆକାଶ ବିଜୁଳିର ରଙ୍ଗରେ ରଙ୍ଗେଈ ହୋଇଛି ।

ସାଧାରଣତଃ ଏହି ଅଂଚଳରେ ଏତେ ମାତ୍ରାରେ କାହିଁକି ବଜ୍ରପାତ ହୋଇଥାଏ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଚେଷ୍ଟା କରି ଆସୁଛନ୍ତି । ୧୯୬୦ ମସିହାରେ କୁହାଯାଇଥିଲା ଯେ ଏହି ଅଂଚଳରେ ୟୁରାନିୟମର ମାତ୍ରା ଅଧିକ ହୋଇଥିବାରୁ ଏଠାରେ ଅଧିକ ମାତ୍ରାରେ ବିଜୁଳି ଚମକିବା ସହିତ ବଜ୍ରପାତ ହୋଇଥାଏ ।

ନିକଟରେ ଏହା ଉପରେ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ ଯେଉଁଥିରୁ ଜଣାପଡିଥିଲା ଯେ ହ୍ରଦ ନିକଟସ୍ଥ ତେଲିଆ ଅଂଚଳରେ ପ୍ରଚୁର ମାତ୍ରାରେ ମୀଥେନ ଗ୍ୟାସ ରହିଥିବାରୁ ଏଠାରେ ଅଧିକ ମାତ୍ରାରେ ବିଜୁଳି ଚମକି ଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଥେନ ଏବଂ ୟୁରାନିୟମ ସିଦ୍ଧାନ୍ତ ସମ୍ପୁର୍ଣ୍ଣ ଭାବେ ପ୍ରମାଣିତ ହୋଇପାରି ନାହିଁ । ସେଥିପାଇଁ ଏହି ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.