Below header

ଯାଜପୁର : ମାଛ ବଦଳରେ ବନ୍‌ସିରେ ପଡିଲା କୁମ୍ଭୀର

ଯାଜପୁର ଟାଉନ: ବନସିରେ ମାଛ ବଦଳରେ ପଡିଲା କୁମ୍ଭୀର । ଯାଜପୁର ସଦର ଥାନା ଖରସ୍ରୋତା ନଦୀ ରାଜଘାଟ ନିକଟରେ ଏହି କୁମ୍ଭୀର ଧରାପଡିଛି । ଆଜି ସକାଳୁ ଏହି ବନିସିରେ କୁମ୍ଭୀର ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୁମ୍ଭୀରର ଲମ୍ବ ୩ ପୁଂଟ ହେବ । କୁମ୍ଭୀର ଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଖ ଏକ ଗାଢ଼ିଆରେ ଛାଡିଥିଲେ । ପରେ ଯାଜପୁରରୋଡ ବନବିଭାଗ କର୍ମଚାରୀ ଜାଲ ସାହାଯ୍ୟରେ କୁମ୍ଭୀରକୁ ଉଦ୍ଧାର କରିଥିଲେ ।

ତେବେ ଖରସ୍ରୋତା ନଦୀରୁ ଏହି କୁମ୍ଭୀର ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଉଦ୍ଧାର କୁମ୍ଭୀରଟି ଛୋଟ ହୋଇଥିବାରୁ ଏହି ନଦୀରେ ଅନ୍ୟ କୁମ୍ଭୀର ଥିବା ନେଇ ଅନୁମାନ କରିଛନ୍ତି ବନ ବିଭାଗ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.