Below header

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା, ଗାର୍ଡ ଅଫ୍ ଅନର ସହ ସରିଲା ଅନ୍ତିମ ସଂସ୍କାର

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା କାନ୍ଦିଲେ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ଙ୍କ ପାର୍ଥିବ ଶରୀର ରେମୁଣା ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ନିଜ ଗାଁ ମଶାଣିରେ ସରିଛି ଅନ୍ତିମ ସଂସ୍କାର ।

ବୀର ଯବାନକୁ ହରାଇ କାନ୍ଦିଲା ରେମୁଣା କାନ୍ଦିଲେ ସାଙ୍ଗସାଥୀ ବନ୍ଧୁବାନ୍ଧବ । ଆଜି ବୀର ଯବାନ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ଙ୍କ ପାର୍ଥିବ ଶରୀର ରେମୁଣା ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ନିଜ ଗାଁ ମଶାଣିରେ ସରିଛି ଅନ୍ତିମ ସଂସ୍କାର ।

ରଞ୍ଜନ ଛତିଶଗଡର ରାୟପୁର ରେ ସି ଆର୍ ପି ଏଫ୍ ଯବାନ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିବା ବେଳେ ଲିଭର କ୍ୟାନ୍ସର ରେ ଆକ୍ରାନ୍ତ ହୋଇ ଥିଲେ । ତାଙ୍କ ଲୀଭର ରେ ଟ୍ୟୁମର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା କ୍ୟାନ୍ସର କୁ ବ୍ୟାପିଥିଲା । ତେବେ ସେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଗତ ୫ ଡ଼ିସେମ୍ବରରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ରେ ଭର୍ତି କରାଯାଇଥିଲା ।

ପରେ ତାଙ୍କର ରାତି ୨ ଟାରେ ବିୟୋଗ ଘଟିଥିଲା । ଆଜି ରାୟପୁର ରୁ ପାର୍ଥିବ ଶରୀର ବାଲେଶ୍ଵର ରେ ଆସି ପହଞ୍ଚିବା ପରେ ତାଙ୍କ ଜନ୍ମ ସ୍ଥାନ ନାଲାପାଟଣା କୁ ପ୍ରଥମେ ନିଆଯାଇଥିଲା । ସେଠାରେ ଗ୍ରାମବାସୀମାନେ ଯବାନ ଙ୍କ ପାର୍ଥିବ ଶରୀର କୁ ବୀର ଯବାନ ଅମର ରହେ ନାରା ରେ ଦେଇ ଗ୍ରାମ ପରିକ୍ରମା କରିଥିଲେ।

ପରେ ଯବାନ ଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ଶ୍ରୀକୃଷ୍ଣପୁରକୁ ନିଆଯାଇଥିଲା । ଯବାନ ପାର୍ଥିବ ଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ସୃଷ୍ଟି ହୋଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ଯବାନ କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ଯବାନ କୁ ଶେଷ ଦର୍ଶନ ପାଇଁ ଗାଁ ମଶାଣି ଲୋକାରଣ୍ୟ ହୋଇ ପଡ଼ିଥିଲା । ୩୭ ବର୍ଷ ବୟସରେ ସି ଆର୍ ପି ଏଫ୍ କନଷ୍ଟେବଳ ରଞ୍ଜନ କୁମାର ସ୍ୱାଇଁ ପରଲୋକ ହୋଇ ଯାଇଥିବା ବେଳେ ଘରେ ଦୁଇ ଝିଅ , ସ୍ତ୍ରୀ ଭାଇ ଓ ଭାଉଜ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.