Below header

ବଲାଙ୍ଗିର: ସଇତାନ ପୁଅର ଉନ୍ମତ୍ତ କାଣ୍ଡ, ବାପାକୁ ମାଡ ମରିବା ସହ ମାଆକୁ ଜିଅନ୍ତା ପୋଡି ମାରିଲା

ରକ୍ତ ସମ୍ପର୍କରେ ଛିଟା । ବାପାକୁ ଠେଙ୍ଗାରେ ମାଡ ମାରିବା ସହ ନିଜ ଜନ୍ମକଲା ମାଆକୁ ଜୀଅନ୍ତା ଜାଳିଦେଲା ପୁଅ । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ରାଡବାହାଲ ଗାଁରେ ଘଟିଛି ଏଭଳି ଅମାନୁଷିକ ଘଟଣା । ଆଜି ସକାଳେ କୌଣସି କାରଣରୁ ବାପା ଋଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷ ଖର୍ସେଲର ବଚସା ହୋଇଥିଲା। ଏଥିରେ ପୁଅ ସନ୍ତୋଷ ରାଗିଯାଇ ବାପାକୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଏନେଇ ମାଆ ଆଶାମତି ଗାଁଲୋକଙ୍କୁ ଡାକି ସମାଧାନ କରିବା ପାଇଁ ଋଷି ଖର୍ସେଲଙ୍କୁ ପଠାଇଥିଲେ । ଏହି ସମୟରେ ପୁଅ ନିଜର ୭୫ ବର୍ଷିୟ ଶଯ୍ୟାଶାୟୀ ମାଆକୁ କିରୋସିନ ଢ଼ାଳି ଜାଳିଦେଇଥିଲା । ଫଳରେ ଆଶାମତିଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଚଲାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.