ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି, ଆଉ ୨୪ ଘଣ୍ଟା ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି। ଆଉ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ଯାଏ କର୍ଫ୍ୟୁ ଅବଧି ବୃଦ୍ଧି କରାଯାଇଛି। ଷ୍ଟେସନ ଛକଠାରୁ ବାଲେଶ୍ୱର ଷ୍ଟେସନର ଉଭୟ ପାର୍ଶ୍ୱରେ ୧୦୦ ମିଟର ପରିଧି ମଧ୍ୟରେ କର୍ଫ୍ୟୁ ବଳବତ୍ତର ରହିବ।

ବାଲେଶ୍ୱରକୁ ପ୍ରତିଦିନ ବାହାର ରାଜ୍ୟରୁ ହଜାର ହଜାର ପ୍ରବାସୀ ଆସୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମେ ଥର୍ମାଲ ସ୍କ୍ରିନିଂ ଓ ପରେ ପଞ୍ଜିକରଣ କରାଯାଉଛି। ଏହାପରେ ଯାତ୍ରୀମାନଙ୍କୁ ୪୦ଟି ସ୍ୱତନ୍ତ୍ର ବସ୍‌ ଯୋଗେ ନିଜନିଜର ପଞ୍ଚାୟତକୁ ପଠାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.