କଟକ ମହାନଦୀ ପୋଲ ଉପରୁ ବସ୍‌ ଖସିବା ଘଟଣା : ୧୦ ମୃତ, ୪୬ ଆହତ

କଟକ(କେନ୍ଯୁଜ୍) : କଟକରେ ମହାନଦୀ ପୋଲ ଉପରୁ ବସ୍‌ ଖସିବା ଘଟଣାରେ  ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୪୬ ଜଣ । ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ କଟକ କିଷନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହେରା, ବାଲେଶ୍ୱର କଣ୍ଟାପଡ଼ାର ମାନସ ତ୍ରିପାଠୀ, ରାଉରକେଲାର ସନ୍ତୋଷ କୁମାର ଦାସ, ହିନ୍ଦୋଳର ମିନତୀ ବେହେରା, ପୂର୍ଣ୍ଣଚନ୍ଦ୍ର ମହାରଣା, ଅନନ୍ତ ଆଚାର୍ଯ୍ଯ, ପି.କେ ମହାପାତ୍ର, ଭୁବନେଶ୍ୱର ମୈତ୍ରୀବିହାରର କୁମାର ସୌମ୍ୟରଞ୍ଜନ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ବର୍ଷାରାଣୀ ପାଣି । ଗତକାଲି ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବସ୍‌ଟି ୫୪ଜଣ ଯାତ୍ରୀଙ୍କୁ ଧରି ତାଳଚେରରୁ ଭୁବନେଶ୍ୱର ଆସିବା ବେଳେ କଟକରେ ମହାନଦୀ ବ୍ରିଜ୍‌ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

mahanadiଏକ ମଇଁଷି ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ମହାନଦୀ ଭିତରକୁ ଖସି ପଡ଼ିଥିଲା ବସ୍‌ । ପ୍ରାୟ ୩୦ ଫୁଟ୍‌ ତଳକୁ ବସ୍‌ଟି ଖସି ପଡ଼ିଥିଲା । ତଳେ ପାଣି ନଥିବାରୁ ବସ୍‌ଟି ବାଲି ଉପରେ ପଡିଥିଲା। ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍‌ । ରୋପ ଲ୍ୟାଡର୍‌ ଓ ବୋଟ୍‌ରେ ଉଦ୍ଧାର କାର୍ଯ୍ଯ କରାଯାଇଥିଲା । ଗ୍ୟାସ କଟର ସାହାଯ୍ୟରେ ବସ୍‌ର ବଡି କାଟି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.