Below header

ଓଟିଭି ବିରୋଧରେ ବିଧାନସଭାରେ ଆସିଲା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ, ସମ୍ପୃକ୍ତ ସଂସ୍ଥା ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ବର(କେନ୍ଯୁଜ୍) : ଓଟିଭି ବିରୋଧରେ ବିଧାନସଭାରେ ଆସିଲା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏହାକୁ ଗ୍ରହଣ କରିବା ସହ ବିଧାନସଭା ସଚିବଙ୍କୁ ସମ୍ପୃକ୍ତ ସଂସ୍ଥା ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଓଟିଭିକୁ ଦିଆଯାଇଥିବା ଲାଇଭ୍‌ ଅନୁମତି ଓ ବିଧାନସଭା ପ୍ରବେଶକୁ କାହିଁକି ବାତିଲ କରାନଯିବ ସେସମ୍ପର୍କରେ ଉତ୍ତର ରଖିବା ପାଇଁ ନୋଟିସ କରାଯିବ ।

Bahinipatiବିରୋଧୀ ଦଳ ମୁଖ୍ୟ ସଚେତକ ଏ ସମ୍ପର୍କରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବିଧାନସଭାର ବାଚସ୍ପତିଙ୍କ ପଦମର୍ଯ୍ଯାଦା ହାନୀ ହେଲାଭଳି ଖବର ପ୍ରସାରଣ କରାଯାଇଛି । କେବଳ ବାଚସ୍ପତି ନୁହଁନ୍ତି, ବରଂ ଗୃହର ସ୍ୱାଧୀକାର ଭଙ୍ଗ ହୋଇଛି । ଏମିତି ଅଭିଯୋଗ କରି କଂଗ୍ରେସର ଦଳ ମୁଖ୍ୟ ସଚେତକ ବିଧାୟକ ତାରାବାହିନୀପତି ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ନୋଟିସ ଆଣିଛନ୍ତି । ବାଚସ୍ପତି ଏହାକୁ ଗ୍ରହଣ କରିବା ପରେ ସମ୍ପୃକ୍ତ ସଂସ୍ଥାଠାରୁ କୈଫୟତ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.