ଦୁଇ ଗୁଣା ହୋଇଛି କଟକ ମହାନଗର ନିଗମର ଆୟ, ଆସନ୍ତା ବର୍ଷକୁ ୪ଗୁଣା କରିବାକୁ ଲକ୍ଷ୍ୟ ରହିଥିବା କହିଲେ ମେୟର

ଗତ ବର୍ଷ ୫୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ଏ ବର୍ଷ ତାହା ୧୧୦ କୋଟିରେ ପହଁଚିଛି। ଆଗାମୀ ବର୍ଷକୁ ତାହା ୨୦୦ କୋଟି କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ସିଏମସି ମେୟର ସୁବାସ ସିଂ।

କଟକ(କେନ୍ୟୁଜ୍): କଟକ ମହାନଗର ନିଗମର ଆୟ ଦୁଇ ଗୁଣା ହୋଇଛି। ଗତ ବର୍ଷ ୫୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ଏ ବର୍ଷ ତାହା ୧୧୦ କୋଟିରେ ପହଁଚିଛି। ଆଗାମୀ ବର୍ଷକୁ ତାହା ୨୦୦ କୋଟି କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ସିଏମସି ମେୟର ସୁବାସ ସିଂ। କଟକ ମହାନଗର ନିଗମର ୧୬ ତମ ସାଧାରଣ ବୈଠକ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ନିକଟରେ ପରଲୋକ ଗମନ କରିଥିବା କଟକ ମହାନଗର ନିଗମର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ହୋଇଥିଲା। ଏହା ସହିତ ନିବେଦିତାଙ୍କ ନାମରେ ତାଙ୍କର ପ୍ରତିମୂର୍ତ୍ତି ସହିତ ଏକ ପାର୍କ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ବିଭିନ୍ନ କାମରେ ଦୁର୍ନୀତି ହୋଇଥିବା ନେଇ ହୋହାଲ୍ଲା କରିଥିଲେ। ମେୟର କମିଶନରଙ୍କ ଚେୟାର ନିକଟକୁ ଆସି ଉଭୟ କଂଗ୍ରେସ ଓ ବିଜେପି କର୍ପୋରେଟର ଏଭଳି ନାରାବାଜି କରିଥିଲେ। ଆଗକୁ ସ୍ୱାୟତ ଶାସନ ଦିବସ ଅବସରରେ କଟକ ସହରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭିତ୍ତିଭୂମି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ରାସ୍ତା ଘାଟର ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସେ ନେଇ ପଦକ୍ଷେପ ନେବାକୁ କର୍ପୋରେଟରମାନେ ଦାବି କରିଥିଲେ। ଆଜିର ବୈଠକରେ ୨୦ ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଆଗତ ହୋଇ ସିଏମସି କାଉନସିଲ ବୈଠକରେ ପାରିତ ହୋଇ ପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.