କଟକ: ଚୌଧୁରୀବଜାର ଓ ବିଦ୍ୟାଧରପୁର ଅଞ୍ଚଳରେ ମହାନଗର ନିଗମର ଚଢାଉ, ୪ କୁଇଣ୍ଟାଲ ପ୍ଲାଷ୍ଟିକ ଗ୍ଲାସ ଓ ପଲିଥିନ ଜବତ

କଟକ(କେନ୍ୟୁଜ୍): ସିଙ୍ଗିଲ୍‌ ୟୁଉଜ୍‌ ପଲିଥିନକୁ ନିଷେଧ କରୁଛନ୍ତି ରାଜ୍ୟ ସରକାର। ଆଜି କଟକ ଚୌଧୁରୀବଜାର ଓ ବିଦ୍ୟାଧରପୁର ଅଞ୍ଚଳରେ ଚଢାଉ କରିଛି କଟକ ମହାନଗର ନିଗମର ଟିମ୍‌ । ସିଏମସି କମିଶନର ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ସିଏମସିର ଦୁଇଟି ଟିମ କଟକ ସହରର ଏହି ଦୁଇ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ପ୍ରାୟ ୪ କୁଇଣ୍ଟାଲ ପ୍ଲାଷ୍ଟିକ ଗ୍ଲାସ ଓ ପଲିଥିନ ଜବତ କରିଥିଲା ଟିମ୍‌। ଏହି ଘଟଣାରେ ୩୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛି ସିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.