ବିଏମସି ପକ୍ଷରୁ ଶିଶୁ ଭବନ ଛକଠାରୁ ଧଉଳି ପର୍ଯ୍ୟନ୍ତ ସାଇକଲ୍ ଗିରି କାର୍ଯ୍ଯକ୍ରମ, ଭାଗନେଲେ ବିଭିନ୍ନ ବର୍ଗର ପ୍ରତିଯୋଗୀ

ଭୁବନେଶ୍ୱର: ଆଜି ବିଏମସି ପକ୍ଷରୁ ଭୁବନେଶ୍ୱରର ଶିଶୁ ଭବନ ଛକଠାରୁ ଧଉଳି ପର୍ଯ୍ୟନ୍ତ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଯାହାର ନାମ ସାଇକଲ୍ ଗିରି ରଖାଯାଇଥିଲା। ଏହାକୁ ବିଏମସି କମିଶନର ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ଭାଗ ନେଇଥିଲେ ।

cycleଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିବିଶେଷ ଭାଗ ନେଇଥିଲେ। ପ୍ରଥମେ ଏହି ଶୋଭାଯାତ୍ରା ଶିଶୁ ଭବନ ଛକ ଠାରୁ ଆରମ୍ଭ ହୋଇ ଧଉଳି ନିକଟରେ ଶେଷ କରାଯାଇଥିଲା। ସମସ୍ତେ ମାସ୍କ୍ ଓ ଗ୍ଲୋବସ୍ ପିନ୍ଧି କୋଭିଡ୍ ଗାଇଡ୍ ଲାଇନ୍ ମାନି ଭିଡ଼ କରିଥିଲେ। ସାଇକଲ ଚାଳକଙ୍କୁ ସମ୍ମାନ ପାଇଁ ଆୟୋଜନ କରାଯାଇଥିଲା ଏହି କାର୍ଯ୍ଯକ୍ରମ। ଯେଉଁମାନେ ଏଥିରେ ବିଜେତା ହୋଇଥିଲେ ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କରିଥିଲେ। ଏହାପରେ ଶୋଭାଯାତ୍ରାଟିକୁ ଶେଷ ସଫଳତାର ସହ ସମାପନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.