Facebook Messenger Room ରେ ଏକାଠି ଭିଡିଓ କଲିଂ କରିପାରିବେ ୫୦ ଲୋକ, ଜାଣନ୍ତୁ କିପରି କରିବେ ଆଡ୍‌

ଫେସବୁକ୍‌ ନିଜର ଉପଭୋକ୍ତାମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ Messenger Rooms ଫିଚର ଉପସ୍ଥାପନ କରିଥିଲା। ଏହି ଫିଚର୍‌ ର ଖାସିୟତ ହେଉଛି ଏଥିରେ ଆପଣ ଏକା ସାଥିରେ ସମୁଦାୟ ୫୦ ଜଣ ଲୋକ ଭିଡିଓ କଲିଂର ମଜା ଉଠାଇପାରିବେ। ଖାସ୍‌ କଥା ହେଉଛି ଏହି ଫିଚରରେ ଆପଣ ଯେକୌଣସି ପ୍ରୋଫାଇଲ, ପୃଷ୍ଠା କିମ୍ବା ଗ୍ରୁପ୍‌ ରେ ଭିଡିଓ କଲିଂ ପ୍ରସାରଣ କରିପାରିବେ। ଏହାବ୍ୟତୀତ ଏହି ଫିଚରରେ ଯୋଡି ହେବା ପାଇଁ Facebook ଆକାଉଣ୍ଟ ଜରୁରୀ ନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବୁ Messenger Rooms ର ବ୍ୟବହାର କିପରି କରାଯାଏ ଏବଂ ଏଥିରେ ଆପଣ କିପରି ୫୦ ଜଣଙ୍କୁ ଆଡ୍‌ କରିପାରିବେ।

Messenger Rooms ର ଖାସ୍‌ ଫିଚର୍ସ:

Messenger Rooms ବ୍ୟବହାର କରିବାର ପ୍ରକ୍ରିୟା ଜାଣିବା ପୂର୍ବରୁ ଏହାର ଫିଚର୍ସ ବିଷୟରେ ଜାଣିବା ଜରୁରୀ। ସୂଚନା ଯୋଗ୍ୟ ଏଥିରେ ସବୁଠାରୁ ବଡ ଖାସିୟତ ହେଉଛି Messenger Rooms ପ୍ରସ୍ତୁତ କରିଥିବା ୟୁଜରଙ୍କ ପାଖରେ ଏହାସହ ଜଡିତ ସମସ୍ତ କଣ୍ଟ୍ରୋଲ ରହିଥାଏ। ସେ ଚାହିଁଲେ Messenger Rooms କୁ ଲକ୍‌ କିମ୍ବା ଅନଲକ୍‌ ମଧ୍ୟ କରିପାରିବେ। ଏହାବ୍ୟତୀତ ପ୍ରସାରଣ ସମୟରେ ସେ କୌଣସି ବି ଗ୍ରୁପ୍‌ କୁ ରିମୁଭ୍‌ କରିପାରିବେ।।

video calling1ଏପରି କରନ୍ତୁ Facebook Messenger Rooms ର ଉପଯୋଗ:

ଏହାକୁ ବ୍ୟବହାର କରିବାକୁ ଆପଣଙ୍କୁ ସର୍ବପ୍ରଥମେ Facebook ଆପ୍‌ କିମ୍ବା Messenger ଆପ୍‌ ଓପନ କରିବାକୁ ପଡିବ। ଯେଉଁଠାରେ ଆପଣଙ୍କୁ ଶୀର୍ଷରେ Creat Room ର ଅପ୍ସନ ପାଇପାରିବେ। ଏହାପରେ ଆପଣ ସେଥିରେ କ୍ଳିକ କରନ୍ତୁ। ଏହାପରେ ଆପଣଙ୍କୁ ଦିଆଯାଇଥିବା Room କ୍ରିଏଟ୍‌ କରିବା ପାଇଁ ଏକ ନାଁ ଦେବାକୁ ପଡିବ। ଏହାପରେ ଆପଣ ଯାହାଙ୍କୁ ଆଡ୍‌ କରିବାକୁ ଚାହୁଁଚନ୍ତି ସେମାନଙ୍କୁ ଯୋଗ କରିପାରିବେ। ଏହାବ୍ୟତୀତ ଏଠାରେ ଆପଣ ସେହି ସମୟରେ ମଧ୍ୟ ଲାଇଭ୍‌ ଆରମ୍ଭ କରିପାରିବେ କିମ୍ବା ନିଜ ହିସାବରେ ଟାିମ୍‌ ସେଟ୍‌ କରିପାରିବେ। ଏହି ସମସ୍ତ ପ୍ରକ୍ରିୟା ପୁରା ହେବା ପରେ ଆପଣଙ୍କ ସାମ୍ନାରେ ଏକ ଲିଙ୍କ ଦେଖାଯିବ ଏବଂ ସେଠାରେ ସେୟାର ଲିଙ୍କ୍‌ ର ଅପ୍ସନ ମଧ୍ୟ ଦେଖାଯିବ। ଏବେ ଆପଣ ସେହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ସେୟାର ଲିଙ୍କ୍‌ ଉପରେ କ୍ଳିକ୍‌ କରିବା ପରେ ସେହି ଲିଙ୍କ୍‌ ସମସ୍ତ
ସମସ୍ତ ଉପଭୋକ୍ତାଙ୍କୁ ଯିବ ଯାହାକୁ ଆପଣ ଏଥିରେ ଯୋଡିବାକୁ ଚାହୁଁଛନ୍ତି | ଯଦି ଆପଣ ଚାହାଁନ୍ତି ତେବେ ଆପଣ ଏହି ଲିଙ୍କକୁ କପି କରିପାରିବେ ଏବଂ ଏହାକୁ ସିଧାସଳଖ ଇନଷ୍ଟାଗ୍ରାମ, ମେଲ୍ କିମ୍ବା ବାର୍ତ୍ତା ମାଧ୍ୟମରେ ସେହି ଉପଭୋକ୍ତାଙ୍କୁ ପଠାଇପାରିବେ। କିନ୍ତୁ ଫେସବୁକ୍ ଏହାକୁ ବ୍ୟବହାର କରେ ନାହିଁ | ଏହା ପରେ, ଆପଣ କେବଳ ଷ୍ଟାର୍ଟରେ କ୍ଲିକ୍ କରି ମିଟିଂ ଆରମ୍ଭ କରିପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.