ଖୋର୍ଦ୍ଧା: ଖୁଲମଖୁଲା ଚାଲିଛି ବାରହା ଶିକାର, ଖୋଲା ବଜାରରେ ମିଳୁଛି ମାଂସ

ଖୋର୍ଦ୍ଧା: ଖୁଲମଖୁଲା ଚାଲିଛି ବାରହା ଶିକାର। ଖୋଲା ବଜାରରେ ମିଳୁଛି ମାଂସ। ସବୁଜାଣି ବି ଚୁପ୍ ବନ ବିଭାଗ । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ବନ୍ଦ କରିବା ଦିଗରେ ସରକାର କାର୍ଯ୍ଯକାରୀ କରୁଛନ୍ତି ଅନେକ କଡା ନିୟମ । ତଥାପି ବନ୍ଦ ହେବାର ନା ନାହିଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମରେ । ଯେଉଁଠି ଶିକାରୀମାନେ କରେଣ୍ଟ ତାର ବିଛାଇ ହେଉ କି ଜାଲ ବିଛାଇ ହେଉ କରି ଚାଲିଛନ୍ତି ଅବାଧରେ ବାରାହା ଶିକାରୀ । ବାରାହା ଏକ ଜଙ୍ଗଲୀ ଜନ୍ତୁ ହୋଇଥିବା ବେଳେ ବର୍ତ୍ତମାନ କିନ୍ତୁ ସେ ବିପଦରେ ।

ସବୁଠାରୁ ଦୁଃଖର କଥା ଜଙ୍ଗଲି ଜନ୍ତୁଙ୍କ ସୁରକ୍ଷା ପାଇଁ ଥିବା ବନବିଭାଗ ଏଠାରେ ନିରବ ଦ୍ରଷ୍ଟା ସାଜିଛି । ଯେଉଁଠି ଜଣେ ଶିକାରୀ ବାରାହା ଶିକାର କରି ତାକୁ କାଟି ସର୍ବସାଧାରଣ ସ୍ଥାନରେ ବିକ୍ରି କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁ ମାଂସକୁ ଲୋକମାନେ ଖୋଲା ବଜାରରେ କିଣିବା ପାଇଁ ଭିଡ ଜମାଉଛନ୍ତି ଲୋକେ। ଡିଙ୍ଗର ଗ୍ରାମରେ ଏମିତି ଗୋଟିଏ କି ଦୁଇଟି ନୁହ, ଗାଁ ମୁଣ୍ଡରେ ଇଲେକ୍ଟ୍ରିତାର ବିଛାଇ ବାରହା ଶିକାର କରାଯାଉଛି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଶିକାରୀ ଓ ବନବିଭାଗ ମଧୁଚନ୍ଦ୍ରିକା ବିଷୟରେ ସାଧାରଣରେ ଆଲୋଚନା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.