Below header

୨୦୨୧ ଟୋକିଓ ଅଲିମ୍ପିକ୍ସରେ ବିଦେଶରୁ ଆସିବେ ଦର୍ଶକ, ସୂଚନା ଦେଲେ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ କମିଟି ଅଧ୍ୟକ୍ଷ

ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ କମିଟି ବା ଆଇଓସି ଅଧ୍ୟକ୍ଷ ଥୋମାସ ବାକ କହିଛନ୍ତିକି, ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ କିପରି ଅନ୍ତରାଷ୍ଟ୍ରୀୟ ସ୍ତରରୁ ଦର୍ଶକ ମାନେ ଯେପରି ମ୍ୟାଚ ଉପଭୋଗ କରିପାରିବେ ସେନେଇ କମିଟି ତରଫରୁ ପ୍ରସ୍ତୁତି ଜାରି ରଖାଯାଇଛି ।ବର୍ତ୍ତମାନର ସ୍ଥିତିରୁ ଅନୁମାନ ଲଗାଯାଉଛିକି, ବିଦେଶରୁ ଅନେକ ସଂଖ୍ୟାରେ ଦର୍ଶକ ଜାପାନ ଟୋକିଓ ଅଲିମ୍ପିକ୍ସ ମ୍ୟାଚ ଦେଖିବାକୁ ପହଂଚିବେ । ଆଇଓସି ତରଫରୁ ଆୟୋଜିତ ଏକ ଭରଚୁଆଲ ବୈଠକ ପରେ ହିଁ କମିଟି ଅଧ୍ୟକ ଶ୍ରୀ ବାକ ଏହି ସୂଚନା ଦେଇଛନ୍ତି ।

କିନ୍ତୁ ଷ୍ଟାଡିୟମରେ କେତେ ଜଣ ଦର୍ଶକ ଉପସ୍ଥିତ ରହିବେ, ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତା ମୂଳକ କରାଯିବ କି ନାହିଁ, ସେ ନେଇ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କହିରଖିବା ଉଚିତ ହେବକି, ବିଶ୍ଵବ୍ୟାପୀ ଜାରି ରହିଥିବା କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି  ଫଳରେ ଏହାକୁ ୨୦୨୧ ବର୍ଷକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.