Below header

ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଆମ୍ଫାନ: ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଆମ୍ଫାନା । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ସାଗର ଦୀପପୁଞ୍ଜ ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ । ୨୦ ତାରିଖ ଅପରାହ୍‌ଣରୁ ସଂଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ ପରେ ଏହା ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେବ । ଏବେ ଆମ୍ଫାନା ଦକ୍ଷିଣ ପାରାଦୀପ ଠାରୁ ୯୯୦ କିଲୋମିଟର ଦୂରରେ ରହିଛି । ସେହିପରି ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୧୪୦ କିମି ଦୂରରେ ରହିଛି ଅମ୍ପାନ୍‌। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୬ ଘଣ୍ଟାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ ।

୧୨ ଘଣ୍ଟା ମଧ୍ୟରେ ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଆଜି ଉତ୍ତର, ଉତ୍ତର ଦିଗକୁ ଗତି କରିବ ବାତ୍ୟା ‘ଅମ୍ଫାନ’ । ୨୪ ଘଣ୍ଟା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ମୁହାଁଇବ । ୧୮ରୁ ୨୦ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଦେଇ ଗତି କରିବ । ପ୍ରଭାବରେ କାଲିଠୁ ୨୦ ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ସମ୍ଭାବନା ରହିଛି। ଗତକାଲି ଗଭୀର ଅବପାତରୁ ବାତ୍ୟା ‘ଅମ୍ଫାନ’ରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.