Below header

ସୁବର୍ଣ୍ଣ ବୁଦ୍ଧ: ଦୁନିଆର ସବୁଠାରୁ ବଡ ସୁନାର ମୂର୍ତ୍ତି, କେତେ ବର୍ଷ ପୁରୁଣା ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ

ଆପଣ ହୁଏତ ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ଦେଖିଥିବେ କିମ୍ବା ତାହା ବିଷୟରେ ଜାଣିଥିବେ । ଦୁନିଆରେ ଏମିତି କେତେକ ବହୁ ପୁରାତନ ବୁଦ୍ଧ ମୂର୍ତ୍ତି ରହିଛି । କିନ୍ତୁ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ ପଶ୍ଚିମ ସିଚୁଆନ ରାଜ୍ୟରେ ରହିଥିବା କୁହାଯାଉଛି । ଯାହା ନିର୍ମାଣ କରିବାକୁ ୯୦ ବର୍ଷରୁ ଅଧିକ ସମୟ ଲାଗିଥିଲା । ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ୭୧୩ ମସିହାରେ ଟାଙ୍ଗ ରାଜବଂଶର ଶାସନ କାଳରେ ହୋଇଥିଲା । ଯାହା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ରହିଛି ।

gold

ଭଗବାନ ବୁଦ୍ଧଙ୍କ ଏହି ପ୍ରତିମୂର୍ତ୍ତିକୁ ” ସୁବର୍ଣ୍ଣ ବୁଦ୍ଧ’ ବା ସୁନାର ବୁଦ୍ଧ କୁହାଯାଏ । ଏହି ପ୍ରତିମୂର୍ତ୍ତି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଥିବା ” ୱାଟ୍‍ ଟ୍ରେମିଟ୍‍’ ମନ୍ଦିରରେ ରହିଛି । ପ୍ରାୟ ୯.୮ ଫୁଟ ଉଚ୍ଚ ଏହି ମୂର୍ତ୍ତିର ଓଜନ ପ୍ରାୟ ୫୫୦୦ କି.ଗ୍ରା ରହିଛି । ଏହି ମୂର୍ତ୍ତିର ମୂଲ୍ୟ ଆନୁମାନିକ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Giant golde

ଏହି ମୂର୍ତ୍ତି ଅନେକ ବର୍ଷ ଧଣି ଲୁଚି ରହିଥିଲା । ଏହାର ଆବିଷ୍କାରର କାହାଣୀ ମଧ୍ୟ ବେଶ୍‍ ଅଦ୍ଭୁତ । ପ୍ରାୟ ୧୯୫୪ ମସିହା ପର୍ଯ୍ୟନ୍ତ ଲୋକେ ଜାଣିନଥିଲେ ଏହି ମୂର୍ତ୍ତି ସୁନାରେ ଗଢା ବୋଲି । ସେହି ସମୟରେ ମୂର୍ତ୍ତି ଉପରେ ପ୍ଲାଷ୍ଟର ଲଗାଯାଇଥିଲା । ଏହି ମୂର୍ତ୍ତିକକୁ ରଖିବା ସେତେବେଳେ ମନ୍ଦିରରେ ଏକ ବଡ ଭବନ ନିର୍ମାଣ କରାଯାଇଥିଲା । ୧୯୫୫ରେ ଏହି ମୂର୍ତ୍ତି ସ୍ତାନାନ୍ତର କରାଯାଇଥିଲା । ସେତବେଳେ ପ୍ରତିମୂର୍ତ୍ତିଟି ହଠାତ୍‍ ତଳେ ପଡିଯାଇଥିଲା । ଫଳରେ ପ୍ଲାଷ୍ଟର ଖସି ପଡିବାରୁ ଲୋକେ ଏହା ସୁନାରେ ତିଆରି ବୋଲି ଜାଣିବାକୁ ପାଇଥିଲେ । ପରେ ଏହି ମୂର୍ତ୍ତିକୁ ରଖିବା ପାଇଁ ” ୱାଟ ଟ୍ରେିମିଟ୍‍’ ମନ୍ଦିରରେ ଏକ ବଡ ଭବନ ନିର୍ମାଣ କରାଯାଇଥିଲା । ସେବେଠାରୁ ଭଗବାନ ବୁଦ୍ଧଙ୍କ ଏହି ମୂର୍ତ୍ତି ସୁନାର ବୋଲି ଜଣାପଡିଥିଲା ଏବଂ ସ୍ଥାପନ ମଧ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.