ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଲା ବାତ୍ୟା ଅମ୍ଫାନ: ବର୍ତ୍ତମାନ ପାରାଦୀପଠାରୁ ୮୨୦ ଓ ଦୀଘାଠାରୁ ୯୮୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ

ଭୁବନେଶ୍ବର: ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଲା ବାତ୍ୟା ଅମ୍ଫାନ । ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ । ରାତି ୨ଟା ୩୦ରେ ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଇଛି ବାତ୍ୟା । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ଗତିରେ ଅତିକ୍ରମ କରୁଛି । ବାତ୍ୟା ଏବେ ଦକ୍ଷିଣ ପାରାଦୀପଠାରୁ ୮୨୦ ଓ ଦୀଘାଠାରୁ ୯୮୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଅମ୍ଫାନ ଉତ୍ତର ଦିଗକୁ ଗତି କରିବା ସହ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ ।

amphan cycloneପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ।

amphanଆଜି ସଂଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଏହା ବଢି ଘଣ୍ଟା ପ୍ରତି ୬୫ କିଲୋମିଟର ହେବ । ଆସନ୍ତାକାଲି ସକାଳଠାରୁ ଉତ୍ତର ଓଡ଼ିଶା ଉପକୂଳରେ ପବନ ହେବ । ୨୦ ତାରିଖରେ ପବନର ବେଗ ବଢିବ । ଉତ୍ତର ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିପାରେ । ପବନର ବେଗ ଧିରେ ଧିରେ ବଢିବ । ୨୦ ତାରିଖ ଅପରାହ୍‌ଣ ବେଳକୁ ପବନର ବେଗ ବଢି ଘଣ୍ଟା ପ୍ରତି ୧୫୫ କିଲୋମିଟର ହୋଇପାରେ । ଏହି ସମୟରେ ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.