ଖୁସି ଖବର : ଖେଳାଳିଙ୍କୁ ଷ୍ଟାଡିୟମରେ ପ୍ରାକ୍ଟିସ ପାଇଁ ଅନୁମତି ଦେଲେ ପିଏମ ମୋଦି

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ଭାରତରେ ଜାରି ରହିଥିବା ଲକଡାଉନକୁ ମେ ୩୧ ତାରିଖକୁ ବୃଦ୍ଧି କରିଦିଆଯାଇଛି। କିନ୍ତୁ ଏହି ସବୁ ମଧ୍ୟରେ ମୋଦି ସରକାର ଖେଳାଳୀଙ୍କ ପାଇଁ ଏକ ଆସ୍ୱସ୍ତିକର ଖବର ଶୁଣାଇଛନ୍ତି। ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଘୋଷଣା ସହିତ ଖେଳାଳିଙ୍କୁ ପ୍ରାକ୍ଟିସ ପାଇଁ ଅନୁମତି ଦେଇଛନ୍ତି ମୋଦି ସରକାର।

ପାଖାପାଖି ଦୁଇ ମାସ ଘରେ ବସିବା ଓଆର ଖେଳାଳି ଏବେ ସ୍ପୋର୍ଟସ କମ୍ପଲେକ୍ସ ଏବଂ ଷ୍ଟାଡିୟମରେ ପ୍ରାକ୍ଟିସ ପାଇଁ ଯାଇପାରିବେ। କିନ୍ତୁ ଦର୍ଶକଙ୍କୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ। ତେବେ ସରକାରଙ୍କ ଖେଳାଳିଙ୍କ ପାଇଁ ଏହି ଅନୁମତି ଦେବା ପରେ ବହୁତ ଜଲ୍ଦି ହିଁ କ୍ରିକେଟ, ଫୁଟବଲ ଏବଂ ଅନ୍ୟାନ୍ୟ ଖେଳ ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି।

twitମୋଦି ସରକାରଙ୍କ ଏହ ଘୋଷଣା ପରେ ସୋମବାର ହିଁ ସମସ୍ତ ଷ୍ଟାଡିୟମ ଖୋଲିଯିବ। ଖେଳାଳି ଟ୍ରେନିଂ କେମିତି ନେବେ ଏହା ସ୍ପୋର୍ଟସ ଫେଡରେସନ ନିଷ୍ପତ୍ତି ନେବେ। ଆଶା କରାଯାଉଛି ଭାରତୀୟ ଟିମର ମଧ୍ୟ କିଛି ଖେଳାଳି ପ୍ରାକ୍ଟିସ ପାଇଁ ମଇଦାନକୁ ଓହ୍ଲାଇବେ। ବିସିସିଆଇ କୋଷାଧ୍ୟକ୍ଷଙ୍କ କହିବାନୁଯାୟୀ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ଆରମ୍ଭ ହୋଇପାରେ ଏବଂ ସେଠାରେ ଖେଳାଳି ପ୍ରାକ୍ଟିସ କରିପାରିବେ। ଅନୁମାନ କରାଯାଉଛି ଯେ ସୋମବାର ଠାରୁ ହିଁ ଖେଳାଳି ଆଉଟଡୋର ପ୍ରାକ୍ଟିସ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.