ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଆଗକୁ ବଢୁଛି ବାତ୍ୟା ବୁଲ୍‌ବୁଲ୍‌, ଆଜି ମଧ୍ୟରାତ୍ରିରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର : ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଆଗକୁ ବଢୁଛି ବାତ୍ୟା ବୁଲ୍‌ବୁଲ୍‌। ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଦେଇ ଉତ୍ତର ଆଡ଼କୁ ମୁହାଁଇଛି ବୁଲ୍‌ବୁଲ୍‌। ଘଣ୍ଟାକୁ ୭କିମି ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଛି। ଆଜି ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟ ଦେଇ ସୁନ୍ଦରବନ ତ୍ରିକୋଣଭୂମିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ବୁଲବୁଲ୍‌। ବର୍ତ୍ତମାନ ପାରାଦୀପଠାରୁ ୧୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି।

ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୨୩୦ କିମି ଦୂରରେ ଓ ବାଂଲାଦେଶ ଖେପୁପରାଠାରୁ ୩୭୦ କିଲୋମିଟର ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି ବୁଲ୍‌ବୁଲ୍‌। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରଦିଗ ଦେଇ ଗତି କରିବ। ଆଜି ସକାଳ ପରେ ଉତ୍ତର-ପୂର୍ବ ଦିଗରେ ଗତିପଥ ବଦଳାଇ ବାଂଲା ମୁହାଁ ହେବ। ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ-ବାଂଲାଦେଶରେ ବିଶେଷ କ୍ଷତି ହୋଇପାରେ। ଏହି ସମୟରେ ପବନର ବେଗ ୧୧୦ କିମିରୁ ୧୩୫ କିମି ପର୍ଯ୍ୟନ୍ତ ରହିପାରେ। ସମୁଦ୍ରରେ ୧ରୁ ୧.୫ ମିଟର ଉଚ୍ଚରେ ଜୁଆର ଆସିବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.