ବୁଲ୍‌ବୁଲ୍‌ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ

ଭୁବନେଶ୍ୱର : ବୁଲ୍‌ବୁଲ୍‌ ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂହପୁରରେ ଅଧିକରୁ ଅଧିକ ବର୍ଷା ହେବା ଅନୁମାନ କରାଯାଉଛି। ଏହି ସବୁ ଜିଲ୍ଲାରେ ୮୦ କିମି ବେଗରେ ପବନ ବହିପାରେ। କଟକ, ଯାଜପୁର , ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋହଲା ପାଗ ସାଙ୍ଗକୁ କିଛି ଝିପିଝିପି ବର୍ଷା ହେଉଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଗତକାଲି ଅପରାହ୍‌ଣ ୪ଟା ପରଠାରୁ ପାରାଦୀପରେ ୯୨ ମିଲିମିଟର, ଚାନ୍ଦବାଲିରେ ୯୧ ମିମି ଓ ବାଲେଶ୍ୱରରେ ୨୪ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ବୁଲବୁଲର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା ବାଂଲାଦେଶ ଆଡ଼କୁ ଚାଲିଯିବ ବୋଲି ମୁୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.