ବୁଲବୁଲ ପ୍ରଭାବରେ ଭଦ୍ରକ- ପାରାଦୀପରେ ଗଛ ଭାଙ୍ଗି ରାସ୍ତା ବନ୍ଦ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତର

ଭୁବନେଶ୍ୱର: ବୁଲବୁଲ ପ୍ରଭାବରେ କେତେକ ସ୍ଥାନରେ ଗଛ ଉପୁଡ଼ିବା ସହ ଲୋକମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ସୂଚନା ଦେଇଛନ୍ତି ଏସଆରସି। ଭଦ୍ରକ ଜିଲ୍ଲାର ବାସୁଦେବପୁର- ଧାମରା ରୋଡରେ ଗଛ ଭାଙ୍ଗି ରାସ୍ତା ବନ୍ଦ ହୋଇଯାଇଛି। ବାସୁଦେବପୁରରେ ମୁତୟନ ଏନଡିଆରଏଫ ଟିମ ସେଠାରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି। ବାସୁଦେବପୁରରେ ୨୦ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଚାନ୍ଦବାଲି ଓ ଧାମରାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ଅନେକ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି। ମଧ୍ୟରାତ୍ର ପ୍ରାୟ ୨ଟା ବେଳେ ଷଣ୍ଢକୁଦ ବସ୍ତିର ପ୍ରାୟ ୨ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଓ ପବନ କମିବା ପରେ ଏନଡିଆରଏଫ ଟିମ ରାସ୍ତା କରିବେ ବୋଲି ଜଣାପଡ଼ିଛି। ତେବେ କୌଣସି ସ୍ଥାନରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.