Below header

‘ଫନି’ ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ରହିଛି ରେଡ୍‌ ଓ୍ଵାର୍ଣ୍ଣିଂ, ଆତଙ୍କିତ ଅବସ୍ଥାରେ ମହାକାଳପଡା ତେନ୍ତୁଳିକନ୍ଧା ଗ୍ରାମବାସୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ମାଡ଼ି ଆସୁଛି ସିଭିୟର ସାେଇକ୍ଲୋନ ‘ଫନି’ । ଆସନ୍ତାକାଲି ଅପରାହ୍ନରେ ପୁରୀ-ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ । କେନ୍ଦ୍ରାପଡା ଜିଲ୍ଲାକୁ ରହିଛି ରେଡ୍‌ ଓ୍ଵାର୍ଣ୍ଣିଂ । ଫଳରେ ନଦୀକୂଳିଆ ଅଞ୍ଚଳର ଲୋକେ ଆତଙ୍କିତ ଅଛନ୍ତି । କାରଣ ୧୯୯୯ ମହାବାତ୍ୟାରେ ମହାକାଳପଡା ବ୍ଲକ ତେନ୍ତୁଳିକନ୍ଧା ଗାଁରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏବେ ବି ଭୁଲି ପାରିନାହାନ୍ତି ସେଦିନର କରାଳ ଦୃଶ୍ୟ । ମହାବାତ୍ୟାରେ ନିଜ ପ୍ରିୟଜନଙ୍କୁ ହରାଇ ବେସାହାରା ହୋଇପଡିଥିଲେ ଗ୍ରାମବାସୀ । ସେଥିପାଇଁ ଏବେ ବାତ୍ୟା ପୂର୍ବରୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଲେଣି । ଖାଲି ତେନ୍ତୁଳିକନ୍ଧା ନୁହେଁ, ରାମନଗର ଗାଁର ଲୋକେ ମଧ୍ୟ ପରିବାର ସହ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଲିଛି ଘନ ଘନ ବୈଠକ ଓ ଆଲୋଚନା । ଜିଲ୍ଲାରେ ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ସହ ଅଗ୍ନିଶମ ଅଧିକାରୀ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.