ଏପରି ରେକର୍ଡ କରିଥିବା ଆଇପିଏଲର ଏକମାତ୍ର ଖେଳାଳି ଭାବେ ଇତିହାସ ରଚିଲେ ସୁରେଶ ରାଇନା

ନୂଆଦିଲ୍ଲୀ : ଆଇପିଏଲ ବିଷୟରେ ଆଲୋଚନା ହେବ ଏବଂ ଚେନାଇର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ କଥା ହେବ ନାହିଁ, ତାହା ଅସମ୍ଭବ। ଚଳିତ ସିଜନରେ ୨୦ଟି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ୩୭ଟି ବଲରେ ୮ଟି ଛକା ମାରି ୫୯ ରନ କରିଥିବା ରାଇନା ଗତକାଲି ମ୍ୟାଚରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଦିଲ୍ଳୀର ଯୁବଖେଳାଳି ପୃଥ୍ୱୀ ସଙ୍କ କ୍ୟାଚ ଧରିଥିବା ବେଳେ ଆଇପିଏଲରେ ୧୦୦ କ୍ୟାଚ ଧରିଥିବା ଏକମାତ୍ର ଖେଳାଳି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।

suresh raina

ଆଇପିଏଲରେ ସମୁଦାୟ ୧୮୯ଟି ମ୍ୟାଚରେ ୫୨୯୧ ରନ କରିଥିବା ରାଇନା ଲଗାତାର ୯ଟି ମ୍ୟାଚରେ କୌଣସି କ୍ୟାଚ ଧରିନଥିଲେ। ଏପରିକି ଚଳିତ ସିଜନରେ ସେ ୧୩ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ୫ଟି କ୍ୟାଚ ଧରିଥିଲେ। କିନ୍ତୁ ଗତକାଲି ମ୍ୟାଚରେ ସେ ଦିପକ ଚହରଙ୍କ ବଲିଂରେ ପୃଥ୍ୱୀ ସଙ୍କ ଶାନଦାର କ୍ୟାଚ ନେଇ ଇତିହାସ ରଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.