Below header

ସିଭିଅର୍‌ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଲା ବାତ୍ୟା ପେଥାଇ, ଆଜି ଆନ୍ଧ୍ରପ୍ରଦେଶ ମଛଳିପଟ୍ଟନମ୍‌ ନିକଟରେ ଛୁଇଁବ ସ୍ଥଳଭାଗ

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍) : ଆନ୍ଧ୍ର ମୁହାଁ ବାତ୍ୟା । ସିଭିଅଲ୍‌ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପେଥାଇ । ଆଜି ଅପରାହ୍ଣରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଆଖପାଖ ଦେଇ ଏହା ଗତି କରିବ । ବର୍ତ୍ତମାନ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ରୁ ୩୮୦ କି.ମି ଓ କାକାନିଡାରୁ ୪୧୦ କି.ମି ଦୂରରେ ରହିଛି । ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଆଗକୁ ବଢୁଚି ପେଥାଇ । ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଭିତରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ବାତ୍ୟା ପେଥାଇ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଛି ବର୍ଷା ।

1cccତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କମ୍‌ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ, ନୂଆପଡ଼ା ଜିଲ୍ଲାରେ ବର୍ଷା ହୋଇପାରେ । ବିଶେଷ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏତିକିବେଳେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । କଟା ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.