Below header

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି, କିସ୍ତି ଟଙ୍କା ନଦେବାରୁ ଘରେ ପଶି କଲେ ଏମିତି କାଣ୍ଡ

କିସ୍ତି ଟଙ୍କା ନପାଇବାରୁ ମାନବିକତା ହରାଇଲେ ଫାଇନାନ୍ସ କମ୍ପାନୀର କର୍ମଚାରୀ । ଘର ଭିତରେ ପଶି ଦେଖାଇଲେ ଦବଙ୍ଗଗିରି। ଋଣ ଟଙ୍କା ବାବଦକୁ ମାସକୁ ମାସ ଦେଉଥିବା କିସ୍ତି ନଦେଇ ପାରିବାରୁ ଘରେ ପଶି ନାବାଳକ ପୁଅକୁ ମାଡ଼ ମାରି, ଟିଭି ଭାଙ୍ଗିବା ସହ ଉଠାଇ ନେଇଗଲେ ରୋଷେଇ ଗ୍ୟାସ୍ ସିଲିଣ୍ଡର।

ସାଲେପୁର(କେନ୍ୟୁଜ୍): କିସ୍ତି ଟଙ୍କା ନପାଇବାରୁ ମାନବିକତା ହରାଇଲେ ଫାଇନାନ୍ସ କମ୍ପାନୀର କର୍ମଚାରୀ । ଘର ଭିତରେ ପଶି ଦେଖାଇଲେ ଦବଙ୍ଗଗିରି। ଋଣ ଟଙ୍କା ବାବଦକୁ ମାସକୁ ମାସ ଦେଉଥିବା କିସ୍ତି ନଦେଇ ପାରିବାରୁ ଘରେ ପଶି ନାବାଳକ ପୁଅକୁ ମାଡ଼ ମାରି, ଟିଭି ଭାଙ୍ଗିବା ସହ ଉଠାଇ ନେଇଗଲେ ରୋଷେଇ ଗ୍ୟାସ୍ ସିଲିଣ୍ଡର।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାଲେପୁର ବ୍ଲକ ରାଇସୁଙ୍ଗୁଡା ପଞ୍ଚାୟତ ଧୂଆଁସାହି ଗ୍ରାମରେ । ଗାଁର ସଚ୍ଚିଦାନନ୍ଦ ବେହେରାଙ୍କ ପତ୍ନୀ ବନ୍ଦନା ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ୨୯୦୦୦ ହଜାର ଟଙ୍କା ଋଣ ଆଣିଥିଲେ ।

ଯାହାର କିସ୍ତି ବାବଦ କୁ ୧୬୧୦ ଟଙ୍କା ପ୍ରତି ମାସରେ ସେ ପୈଠ କରୁଥିଲେ । କିନ୍ତୁ ବନ୍ଦନାଙ୍କ ଶରୀର ଅସୁସ୍ଥତା କାରଣରୁ ସ୍ଵାମୀ ସଚ୍ଚିଦାନନ୍ଦ ଏହି ମାସର କିସ୍ତି ଟିକୁ ସୁଧ ମୂଳ ସହ ଆରମାସରେ ଦେଇଦେବେ ବୋଲି କହିଥିଲେ । କିନ୍ତୁ ଏଥିରେ ଫାଇନାନ୍ସ କର୍ମଚାରୀ ରାଜି ନହୋଇ ବନ୍ଦନାଙ୍କ ଘରେ ଥିବା ଟିଭି ଭାଙ୍ଗିବା ସହ ରୋଷଇ ଗ୍ୟାସ ସିଲିଣ୍ଡର ଟିକୁ ନେଇଯାଇଥିବା ଅଭିଯୋଗ ହୋଇଛି । ବନ୍ଦନା, ନିଜ ସ୍ଵାମୀ ଏବଂ ନାବାଳକ ପୁଅ ସହ ସାଲେପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

ଏପଟେ ଅଭିଯୋଗକୁ ଆଧାର କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକୃତ ସତ୍ୟାସତ୍ୟ କଣ ଜାଣିବା ପାଇଁ ପଚରାଉଚରା କରୁଛି ପୋଲିସ୍ । ଯଦି ଏକଥା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତ ମାନଙ୍କ ବିରୋଧ ପୋଲିସ୍ କି ପଦକ୍ଷପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.